ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ

କୋରାପୁଟ: ପାରିବାରିକ ଅଶାନ୍ତିର କରୁଣ ପରିଣତି। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ନନ୍ଦକା ପଂଚାୟତର ଚିନ୍ତାଲ ଗୁଡା ଗ୍ରାମରେ ଘଟିଛି ଅଘଟଣ। ସ୍ତ୍ରୀ ବିମଳା ଖରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ବାମୀ । ଘଟଣା ସମ୍ପର୍କରେ ଜାଣିବାପରେ ସାଇଣ୍ଟିଫିକ ଟିମ୍ ପହଁଚି ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିବା ସହ ତଦନ୍ତ ଆରମ୍ଭ କରିଛି । ହତ୍ୟାକାରୀ ସ୍ୱାମୀ ଅଦୁ ଖରାକୁ ପାଡୁଆ ପୋଲିସ ଗିରଫ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରାଯାଇଛି ବୋଲି ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Spread the love