ମହାକାଶରୁ ଏମିତି ଦେଖାଯାଉଛି ଭାରତ…

ଭାରତୀୟ ମହକାଶ ଗବେଷଣା ସଂସ୍ଥାନ ଇସ୍ରୋ ପୃଥିବୀର ଅନେକ ସୁନ୍ଦର ଫୋଟ ସେୟାର କରିଛି । ହଜାର ହଜାର କିଲୋମିଟର ଦୂରରୁ ଭାରତର ଫଟୋ ବେଶ ସୁନ୍ଦର ଦେଖାଯାଉଛି । ଆପଣ ମଧ୍ୟ ଏହି ଫଟୋ ଦେଖିବା ପରେ ନିହାତି ଖୁସି ହେବେ ।

ଇସ୍ରୋ ନିଜର ଆର୍ଥ ଅବଜରଭେସନ ସାଟେଲାଇଟ(ଇଓଏସ-୬) ସାହାଯ୍ୟରେ ପୃଥିବୀର ଫଟୋ ଉତ୍ତୋଳନ କରିଛି । ଇସ୍ରୋର ଏହି ସାଟେଲାଇଟ ଓସେନସେଟ-୩ ନାମରେ ବେଶ ପରିଚିତ । ସାଟେଲାଇଟରୁ ମିଳୁଥିଲା ତଥ୍ୟ ଆଧାରରେ ହାଇଦ୍ରାବାଦ ସ୍ଥିତ ଇସ୍ରୋର ନ୍ୟାସନାଲ ରିମୋଟ ସେନସିଂ ସେଣ୍ଟରରେ ସମସ୍ତ ତଥ୍ୟ ପ୍ରସ୍ତୁତ ହୋଇଥାଏ ।

ଇସ୍ରୋ ୪ଟି ଭିନ୍ନ ଭିନ୍ନ ଫଟୋ ଚାରିପଟୁ ଉତ୍ତୋଳନ କରିଛି । ଏଥିରୁ ଗୋଟିଏ ଫଟୋରେ ଭାରତ ସ୍ପଷ୍ଟ ଭାବେ ଦେଖାଯାଉଛି । ସେହିଭଳି ପୃଥିବୀର ଅନ୍ୟ ପାଶ୍ୱର୍ ମଧ୍ୟ ଏଥିରେ ସ୍ପଷ୍ଟ ଦେଖାଯାଉଛି । ସାଟେଲାଇଟରୁ ନିଆଯାଇଥିବା ଫଟୋ ଗୁଡିକ ଉପରେ ଅନବୋର୍ଡ ଓସେନ କଲର ମିନିଟରର ପ୍ରୟୋଗ କରାଯାଇଥିଲା ।

Spread the love