ବିଜେଡି ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ତଥ୍ୟ ଯେତେ ଲୁଚାଇବାକୁ ଚାହିଁଲେ ବି ତଥ୍ୟକୁ ବଦଳାଇପାରିବେ ନାହିଁ- ସୂରଜ ସୂର୍ଯ୍ୟବଂଶୀ

ଭୁବନେଶ୍ୱର– ଓଡ଼ିଶାର ଶାସକ ଦଳର ନେତାମାନେ ଓଡ଼ିଶାର ବିପର୍ଯ୍ୟସ୍ତ ଆଇଶୃଙ୍ଖଳାକୁ ଯେତେ ଲୁଚାଇବାକୁ ଚେଷ୍ଟା କଲେ ମଧ୍ୟ ଅପରାଧିକ ତଥ୍ୟକୁ ବଦଳାଇପାରିବେ ନାହିଁ ବୋଲି ଟ୍ୱିଟ୍ କରି କହିଛନ୍ତି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ।ବିଜେଡ଼ି ନେତା ସସ୍ମିତ ପାତ୍ର ଟ୍ୱିଟର ପ୍ରତିକ୍ରିୟାରେ ଶ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି ଯେ ସସ୍ମିତ ପାତ୍ରଙ୍କ ଭଳି ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି ଏନସିଆରବି ଭଳି ରିପୋର୍ଟକୁ ଅଣଦେଖା କରିବା ଶୋଭା ଦେଉନାହିଁ । ଠିକ୍ କୁ ଠିକ୍ କହିଲେ ସେ କଣ ଓଡ଼ିଆ ହେବ ନାହିଁ । ଏହା ତାଙ୍କ ଅହଙ୍କାର ଏବଂ ଓଡ଼ିଶା ବିରୋଧୀ ମାନସିକତାକୁ ଦର୍ଶାଉଛି।ଓଡିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା କାରଣରୁ ଆମର ଶାନ୍ତିପ୍ରିୟ ଲୋକମାନଙ୍କୁ ଏଥିପାଇଁ ବହୁତ କିଛି କ୍ଷତି ସହିବାକୁ ପଡୁଛି । ଲୋକମାନେ ସବୁ ଦେଖୁଛନ୍ତି ଏବଂ ସଠିକ୍ ସମୟରେ ଏହାର ଉଚିତ୍ ଜବାବ୍ ଦେବେ । ସସ୍ମିତ ପାତ୍ର ଆଇନଶୃଙ୍ଖଳା ଓ ଅପରାଧକୁ ବୁଝୁଛନ୍ତି କି ? ଜନସାଧାରଣଙ୍କ ସୁରକ୍ଷା ଏବଂ ନିରାପତ୍ତା ସରକାରର ପ୍ରମୁଖ ଦାୟିତ୍ୱ । ମାତ୍ର ଓଡ଼ିଶା ସରକାର ଜନସାଧାରଣଙ୍କ ଜୀବନ ଏବଂ ଅଧିକାରକୁ ସୁରକ୍ଷିତ ରଖିବାରେ ବିଫଳ ।

ମନ୍ତ୍ରୀ ନବଦାସଙ୍କ ହତ୍ୟାର ଦୁଇ ମାସ ପରେ ମଧ୍ୟ ହତ୍ୟାର କାରଣ ଜଣାପଡିଲା ନାହିଁ । ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବନ୍ଦ ସାହୁଙ୍କ ଜେଲରେ ସନ୍ଦେହଜନକ ମୃତ୍ୟୁ ହେଲା । ମହାଙ୍ଗା ଡବଲ ମର୍ଡର, ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହଜନକ ମୃତ୍ୟୁ, ବରିରେ ଜେଇଙ୍କୁ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଓ ତାଙ୍କ ସମର୍ଥକଙ୍କ ଆକ୍ରମଣ ହୋଇଛି । ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ଏକ ଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ଅଛି । ଓଡ଼ିଶାରେ ଅପରାଧିକ ହାର 2022ରେ 14.65 ପ୍ରତିଶତ ବଢିଛି । ଶିଶୁ ଓ ନାରୀ ନିର୍ଯ୍ୟାତନାରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପ୍ରଥମରେ ରହିଛି । ଏହା ସସ୍ମିତ ଦାସଙ୍କ ପାଇଁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନୁହେଁ କି ?

ଓଡ଼ିଶା ସରକାରଙ୍କ ଅଧୀନରେ ଥିବା କ୍ରାଇମବ୍ରାଞ୍ଚ ଗତ 10 ବର୍ଷରେ 225 ମାମଲାରୁ ମାତ୍ର 10ଟି ମାମଲା ସମାଧାନ କରିଛି । ଆଇପିସି ଅଧୀନରେ 6.95 ଲକ୍ଷ ମାମଲା ବିଚାରଧୀନ ଅଛି । ରାଜ୍ୟରେ ଡ୍ରଗ କେସ ଓ ସାଇବର କ୍ରାଇମ ବଢିବା ସଂଖ୍ୟା ବଢିବା କାରଣରୁ ଯୁବସାଥୀମାନେ ମାନସିକ ଚିନ୍ତାଗ୍ରସ୍ତ । ଏହା ଲ ଲେସନେସ ନୁହେଁ କି ? ସସ୍ମିତ ପାତ୍ର ଅସମ୍ବେଦନଶୀଳ ହୋଇ ଓଡ଼ିଶାବାସୀଙ୍କୁ ଅପମାନିତ କରୁଛନ୍ତି ବୋଲି ସୂର୍ଯ୍ୟବଂଶୀ ଟ୍ୱିଟ୍ କରିଛନ୍ତି ।

Spread the love