କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି, ୬ ମୃତ

ଓଲଟିଲା ବରଯାତ୍ରୀ ଗାଡ଼ି । କେନାଲ୍‌ ଭିତରେ ପଶିଗଲା ବୋଲେରୋ । ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁର ଜିଲ୍ଲା ଶାସନ ଥାନା ବିଶାଳଖିଣ୍ଡା ଶାସନ କେନାଲରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବରଯାତ୍ରୀରେ ଯୋଗ ଦେଇ ଫେରିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା ବୋଲେରୋ ଗାଡ଼ି ।

ଗତକାଲି ବିଳମ୍ବିତ ରାତି ୨ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଝାରସୁଗୁଡା ଜିଲ୍ଲା କନକତୁରା ବଡ଼ଧରା ଅଞ୍ଚଳରୁ ପରମାନପୁରକୁ ଆସିଥିଲେ ବରଯାତ୍ରୀ । ହସ ଖୁସିରେ କନ୍ୟା ଘରେ ସମସ୍ତେ ପହଞ୍ଚିଥିଲେ । ଭୋଜି ଖାଇ ଫେରୁଥିବା ବେଳେ ବିଶାଳଖିଣ୍ଡା ବୁଲାଣି ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ସିଧା ଶାସନ କେନାଲ ଭିତରେ ପଶି ଯାଇ ଓଲଟି ପଡିଥିଲା l ଫଳରେ ଗାଡ଼ି ଭିତରେ ଥିବା ଲୋକମାନେ ବାହାରି ପାରି ନଥିଲେ । କୌଶଳ କ୍ରମେ ଜଣେ ଯୁବକ ବାହାରି ସମ୍ପର୍କୀୟଙ୍କୁ ଫୋନ୍‌ କରିଥିଲେ । ପରେ ୩ ଜଣ ବାହାରି ପାରିଥିଲେ । ଆଉ ୬ ଜଣ ବାହାରି ପାରି ନଥିଲେ । ବର୍ତ୍ତମାନ ସୁଦ୍ଧା ଗାଡ଼ି ଚାଳକଙ୍କ କୌଣସି ପତ୍ତା ମିଳିନାହିଁ । ଗାଡ଼ିରେ ପ୍ରକୃତରେ କେତେ ଜଣ ଥିଲେ ସ୍ପଷ୍ଟ ହୋଇନାହିଁ ।

Spread the love