ଜୋରଜବରଦସ୍ତ ବିଧାନସଭାକୁ ବନ୍ଦ କରିଦେଲେ: ନରସିଂହ ମିଶ୍ର

ଭୁବନେଶ୍ୱର: ଆଗୁଆ ବିଧାନସଭା ବନ୍ଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି ଯେ ସରକାର ଭୟଭୀତ | କୌଣସି ପ୍ରଶ୍ନର ଉତ୍ତର ନଥିଲା ପ୍ରଶ୍ନକାଳ ବାତିଲ କରି ମହାନଦୀ ଉପରେ ଆଲୋଚନା ପାଇଁ ମୋସନ ଆଣିଥିଲି | ବାଚସ୍ପତି ରୁଲିଂ ଦେଲେ ବିଲ ପାସ ପରେ ଆଲୋଚନା କରିବା ସହ ଗୃହ କାର୍ଯ୍ୟ ୪ ଦିନ ଥିଲା, ସେ କାମ ହୋଇପାରିଥାନ୍ତା | ମୁଖ୍ୟମନ୍ତ୍ରୀ ଜାପାନ ଯିବେ ଅର୍ଥ ମହାନଦୀ ଆଲୋଚନାବେଳେ ଅନୁପସ୍ଥିତ ରହିବେ | ସେମାନେ ଏକତରଫା ବିଧାନସଭା ବନ୍ଦ କଲେ | ବିରୋଧୀମାନଙ୍କ ପ୍ରଶ୍ନ ବାଣରେ ଜର୍ଜରିତ ହୋଇ ଜୋରଜବରଦସ୍ତ ବିଧାନସଭାକୁ ବନ୍ଦ କରିଦେଲେ ଆମେ ଏହାକୁ ନିନ୍ଦା କରୁଛୁ | ସେହିପରି ଝାରସୁଗୁଡା ଉପନିର୍ବାଚନ ନେଇ ନରସିଂହ କହିଛନ୍ତି ଯେ ଝାରସୁଗୁଡା କଂଗ୍ରେସର ଗଡ଼, ନବ ଦାସ ବି କଂଗ୍ରେସ ପ୍ରାର୍ଥୀ ହୋଇଥିଲେ | ଅନେକ ଲୋକ ତାଙ୍କ ସହ ଚାଲିଯାଇଥିଲେ | ଯେଉଁମାନେ ଯାଇଥିଲେ ବିଜେଡି ଛାଡି କଂଗ୍ରେସକୁ ଆସୁଛନ୍ତି | କିଏ କାନ୍ଦିଲା, ନାଚିଲା ଏହା ହିଁ ଗଣତନ୍ତ୍ରର ଦୃଶ୍ୟ, ନୀତି ଆଦର୍ଶ କୁଆଡେ ଗଲା |

Spread the love