ଦ୍ବିତୀୟ ଥର ମା’ ହେବେ ଅମ୍ବାନୀଙ୍କ ବୋହୂ ଶ୍ଲୋକା

ମୁମ୍ବାଇ: ଭାରତର ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ତାଙ୍କ ସାଂସ୍କୃତିକ କେନ୍ଦ୍ର(ନୀତା ମୁକେଶ ଅମ୍ବାନୀ କଲଚରାଲ ସେଣ୍ଟର)ର ଉଦଘାଟନୀ ପାର୍ଟୀ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଇଭେଣ୍ଟରେ ବଲିଉଡର ଅନେକ ଆଗଧାଡିର କଳାକାର ନଜର ଆସିଥିବା ବେଳେ ପାର୍ଟୀର ଅନେକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଅମ୍ବାନୀ ପରିବାରର ବଡ ପୁଅ ଆକାଶ ଅମ୍ବାନୀ ଏବଂ ବୋହୂ ଶ୍ଲୋକା ଅମ୍ବାନୀଙ୍କର ମଧ୍ୟ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଶ୍ଲୋକା ଦ୍ବିତୀୟ ଥର ଗର୍ଭବତୀ ଥିବା ଚର୍ଚ୍ଚା ହେବାରେ ଲାଗିଛି।

ଡିସେମ୍ବର ୧୦, ୨୦୨୦ରେ ଆକାଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ଶ୍ଲୋକା ମେହେଟ୍ଟାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଏହାର ଦୁଇ ବର୍ଷ ପରେ ଏବେ ଆକାଶ ଓ ‌ଶ୍ଲୋକା ଦ୍ବିତୀୟ ଥର ମା’ ବନିବାକୁ ଯାଉଛନ୍ତି। ନୀତା ମୁକେଶ ଅମ୍ବାନୀ କଲଚରାଲ ସେଣ୍ଟରର ଉଦଘାଟନୀ ପାର୍ଟୀରେ ଶ୍ଲୋକାଙ୍କ ବେବି ବମ୍ପ ନଜର ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଅମ୍ବାନୀ ପରିବାର ପକ୍ଷରୁ ଏହି ଖବରକୁ ନେଇ କୌଶସି ପ୍ରତିକ୍ରିୟା ରଖାଯାଇ ନାହିଁ।ସୂଚନା ଥାଉ କି ୨୦୧୯ ମାର୍ଚ୍ଚ ମାସରେ ଆକାଶ ଏବଂ ଶ୍ଲୋକା ଜିଓ ୱାର୍ଲ୍ଡ ସେଣ୍ଟରରେ ବିବାହ କରିଥିଲେ। ଏହି ବିଳାସପୂର୍ଣ୍ଣ ଉତ୍ସବରେ ଦେଶର ବଡ ବଡ଼ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ରାଜନେତା ଏବଂ ବଲିଉଡର ବଡ ବଡ ତାରକା ଯୋଗ ଦେଇଥିଲେ। କେବଳ ଏତିକି ନୁହେଁ, ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ମଧ୍ୟ ଆକାଶ ଏବଂ ଶ୍ଲୋକାଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଶ୍ଲୋକା ମେହେଟ୍ଟା, ପ୍ରସିଦ୍ଧ ହୀରା ବ୍ୟବସାୟୀ ରସଲ ମେହେଟ୍ଟା ଏବଂ ମୋନା ମେହେଟ୍ଟାଙ୍କ ଝିଅ ହୋଇଥିବା ବେଳେ ୨୦୧୯ରେ ନୀତା ଏବଂ ମୁକେଶ ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀଙ୍କୁ ବିବାହ କରିଥିଲେ

Spread the love