ନାମ ଲେଖାଇଥିବା ପିଲାମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ସ୍ୱାଗତ କର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନୂତନ ଭାବେ ବିଦ୍ୟାଳୟରେ ଆଡ଼ମିସନ ନେଇଥିବା ଛାତ୍ରଛାତ୍ରୀଙ୍କୁ କିଭଳି ସ୍ୱାଗତ କରାଯିବ ସେନେଇ ଜଣାଇଦେଇଛି | ଚିଠିରେ କୁହାଯାଇଛି ଯେ ଆସନ୍ତା ଏପ୍ରିଲ ୧୨ ତାରିଖକୁ ପୂର୍ଣ୍ଣ ଉପସ୍ଥାନ ଦିବସ ରୂପେ ପାଳନ କରାଯିବ | ସେହିଦିନ ବିଦ୍ୟାଳୟରେ ନାମ ଲେଖାଇଥିବା ପିଲାମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ସ୍ୱାଗତ କରାଯିବ ଓ ସେମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ବଣ୍ଟନ କରାଯିବ |

ରାଜ୍ୟର ୬ରୁ ୧୪ ବର୍ଷ ବୟସର ସମସ୍ତ ପିଲାଙ୍କୁ ବିଦ୍ୟାଳୟରେ ନାମଲେଖା, ଅଧାରୁ ପାଠପଢା ଛାଡିଥିବା ବା ଆଦୌ ନାମ ଲେଖାଇନଥିବା ପିଲାମାନଙ୍କର ବିଦ୍ୟାଳୟରେ ନିୟମିତ ଭାବେ ପାଠପଢାକୁ ସୁନିଶ୍ଚିତ କରାଇବା ପାଇଁ ପ୍ରବେଶ ଉତ୍ସବ ଓ ପୂର୍ଣ୍ଣ ଉପସ୍ଥାନ ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ | ଏହି କାର୍ଯ୍ୟକ୍ରମ ସପ୍ତାହେ ବ୍ୟାପି ଚାଲିବାକୁ ଥିବାବେଳେ ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ଯେଭଳି ଯୋଗଦାନ କରିବେ ସେନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି |

Spread the love