ଜାତୀୟ ପଞ୍ଚାୟତ ପୁରସ୍କାର: ‘ଗଞ୍ଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ପରିଷଦ, ହିଞ୍ଜିଳିକାଟୁ ଶ୍ରେଷ୍ଠ ବ୍ଲକ ପଞ୍ଚାୟତ’

ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ‘ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୩’ ଘୋ‌ଷଣା ହୋଇଛି। ଗଞ୍ଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ପରିଷଦ ଓ ହିଞ୍ଜିଳିକାଟୁ ଦେଶର ଶ୍ରେଷ୍ଠ ବ୍ଲକ ପଞ୍ଚାୟତ ଭାବେ ଘୋଷଣା ହୋଇଛି। ଓଡ଼ିଶାର ଏହି ଉଲ୍ଲେଖନୀୟ ସଫଳତା ପାଇଁ ଆସନ୍ତା ୧୭ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନିତ କରିବେ। ଭାରତ ସରକାରଙ୍କ ଆର୍ଥିକ ପରାମର୍ଶଦାଦା ଡ. ବିଜୟ କୁମାର ବେହେରା ଏହି ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର କଣଚୁରା ପଞ୍ଚାୟତକୁ ପୁରସ୍କାର ପାଇଁ ଚୟନ କରାଯାଇଛି ।

ପରିମଳ ଓ ସବୁଜ ପଞ୍ଚାୟତ ପାଇଁ ଏହି ବ୍ଲକ ଅନ୍ତର୍ଗତ ସ୍ୟାସନ ଅମ୍ବାଗାମ, ଭଂଜନଗର  ବ୍ଲକ କୁଲାଡ ପଞ୍ଚାୟତକୁ ସାମାଜିକ ସୁରକ୍ଷା ପାଇଁ ପୁରସ୍କାର ମିଳିବ। ସେହିପରି ଗ୍ରାମ ଉର୍ଜା ସ୍ବରାଜ ବିଶେଷ ପଂଚାୟତ ପୁରସ୍କାର ପାଇଁ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଆଙ୍କୁଲି, କାର୍ବନ ନେଚୁରାଲ ‌ବିଶେଷ ପଞ୍ଚାୟତ ପୁରସ୍କାର ପାଇଁ ସୁନ୍ଦରଗଡ଼ ଜିଲ୍ଲା ବଣାଇଗ ପଞ୍ଚାୟତ ଚୟନ ହୋଇଛି।

Spread the love