ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବୈଠକ: ୫୬୬ ପ୍ରକଳ୍ପ ପାଇଁ ୫୪.୮୧ କୋଟି ଅନୁମୋଦନ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ୬୧ତମ ବୈଠକ ଭୁବନେଶ୍ୱର ସ୍ଥିତ ରାଜୀବ ଭବନରେ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଏଥିରେ ଅଧ୍ୟକ୍ଷତା କରିଥିଲେ | ବୈଠକରେ ଅଧ୍ୟକ୍ଷ ୨୦୨୩ -୨୪ ରାଜ୍ୟ ବଜେଟରେ ସରକାରଙ୍କ ଦ୍ୱାରା ଅନୁଦାନ ୨୦୦ କୋଟିରୁ ୩୨୫ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ନେଇ ଅବଗତ କରାଇଥିଲେ।
ପରିଷଦର ଅନୁଦାନ ପ୍ରାପ୍ତ ପ୍ରକଳ୍ପର କାର୍ଯ୍ୟକାରିତା, ଜନସାଧାରଣଙ୍କ ବ୍ୟବହାର ପାଇଁ ପ୍ରକଳ୍ପର ଉପଯୋଗ, ଅଡିଟୋରିୟମ୍, ପର୍ଯ୍ୟଟନ ସମ୍ବନ୍ଧୀୟ କାର୍ଯ୍ୟକଳାପ ସମେତ ଜୀବିକା ପ୍ରକଳ୍ପ ଭଳି ବୃହତ ତଥା ଦୃଶ୍ୟମାନ ପ୍ରକଳ୍ପର ନିର୍ମାଣ ଉପରେ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଗୁରୁତ୍ବ ଦେଇଥିଲେ। ବୈଠକରେ ସାଂସଦ, ବିଧାୟକ ଏବଂ ଅନ୍ୟମାନଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ୫୬୬ ଗୋଟି ପ୍ରକଳ୍ପ ପାଇଁ ୫୪.୮୧ କୋଟି ଟଙ୍କା ଅନୁମୋଦନ କରାଯାଇଥିଲା |

Spread the love