ଆମେ ଭିତରେ, ସିଏ ବାହାରେ: ଶ୍ରଦ୍ଧାଞ୍ଜଳିଙ୍କ ବିରୋଧରେ ବିଷ ଓଗାଳିଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲା ଏବେ କୋର୍ଟରେ। ଅର୍ଚ୍ଚନା ନାଗ ଓ ସହଯୋଗୀ ଖଗେଶ୍ଵରଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି। ତେବେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଏଯାଏଁ କାହିଁକି ଗିରଫ କରାଯାଇନାହିଁ ବୋଲି ଅର୍ଚ୍ଚନା ପ୍ରଶ୍ନ କରିଛନ୍ତି। ଆଜି କୋର୍ଟରୁ ବାହାରିବାବେଳେ, ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ ଶ୍ରଦ୍ଧାଞ୍ଜଳିଙ୍କ ନାମରେ ବିଷ ଓଗାଳିଛନ୍ତି। ସେ କହିଛନ୍ତି ଆମେ ଭିତରେ, ସେ ବାହାରେ। କାହିଁକି ଏଯାଏଁ ବାହାରେ ବୁଲୁଛି ଶ୍ରଦ୍ଧାଞ୍ଜଳି | କାହା ଛତ୍ରଛାୟା ତଳେ ଶ୍ରଦ୍ଧାଞ୍ଜଳି ବେହେରା ଅଛନ୍ତି, ଯେଉଁଥିପାଇଁ ତାକୁ ଗିରଫ କରାଯାଉନି ବୋଲି ଅର୍ଚ୍ଚନା ପ୍ରଶ୍ନ କରିଛନ୍ତି।
ଏହା ପଛରେ ଏକ ବଡ଼ ଶକ୍ତି କାମ କରୁଛି। ତାକୁ ଜାଣିଶୁଣି ଘଣ୍ଟ ଘୋଡା ଯାଉଛି। ଶ୍ରଦ୍ଧାଞ୍ଜଳିଙ୍କୁ ହନିମୁନ ପ୍ୟାକେଜରେ ପଠାଯାଇଥିଲା। ଓଲଡ଼ ଟାଉନ ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ସୌଭାଗ୍ୟ ମିଶ୍ର ନାମକ ଜଣେ ଲୁଗା ବ୍ୟବସାୟୀଙ୍କ ସହ ଶ୍ରଦ୍ଧାଙ୍କୁ ପଠାଇଥିଲେ।। ଶ୍ରଦ୍ଧାଞ୍ଜଳି ନାଁରେ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ସେଥିପାଇଁ କୋର୍ଟଙ୍କୁ ମୁଁ ଧନ୍ୟବାଦ ଦେଉଛି ବୋଲି ଅର୍ଚ୍ଚନା କହିଛନ୍ତି।

Spread the love