ସ୍କୁଲ ଗାଡି ଦୁର୍ଘଟଣା ଗ୍ରସ୍ତ , ୧୩ ଆହତ

ପାରାଦୀପ : ପାରାଦୀପରୁ ଯାଉଥିବା ଆଦର୍ଶ ବିଦ୍ୟାଳୟର ସ୍କୁଲ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ। ଫଳରେ ଗାଡ଼ିରେ ଥିବା ୧୧ ଛାତ୍ରଛାତ୍ରୀଙ୍କ ସମେତ ୨ ଶିକ୍ଷୟିତ୍ରୀ ଆହତ ହୋଇଛନ୍ତି। ଏପରି ଏକ ଦୁର୍ଘଟଣା ଆଜି ସକାଳେ ଘଟିଛି । ଖବର ଅନୁଯାୟୀ ଆଜି ସକାଳ ୬ଟା ସମୟରେ ପାରାଦୀପରୁ ବାହାରି ଅଗପାଳରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟକୁ ଯାଉଥିବା ସ୍କୁଲର ଏକ ମେଜିକଭ୍ଯାନ ଗାଡି ସନ୍ତରା ଗଡାନିକଟରେ ଭାରସାମ୍ଯ ହରାଇ ରାସ୍ତା ପାର୍ଶ୍ଵକୁ ଖସି ପଡିଥିଲା। ଫଳରେ ଗାଡିରେ ବସିଥିବା ଆଦର୍ଶ ବିଦ୍ୟାଳୟର ୧୧ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷୟିତ୍ରୀ ଆହତ ହୋଇଥିଲେ।

ଘଟଣାର ଖବର ପାଇ ସଡକ ସୁରକ୍ଷା ବାହିନୀର ସଭାପତି ପଙ୍କଜ ତାରାଇ ଓ ସଦସ୍ଯ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏଥିସହିତ ଅଗ୍ନିଶମ ବାହିନୀର କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲକୁ ପଠାଇଛନ୍ତି। ସେଠାରେ ସେମାନଙ୍କ ଚିକିତ୍ସା ଚାଲୁ ରହିଛି। ପୋଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ କାହିଁକି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନି। ଭ୍ୟାନ୍‌ ଡ୍ରାଇଭରଙ୍କ ପତ୍ତା ମିଳୁନି। ଏକ ଭ୍ୟାନ୍‌ରେ ଅଧିକ ସଂଖ୍ୟକ ପିଲାଙ୍କୁ ପାଖାପାଖି ୨୦ କିମି ନିଆଯାଉଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି।

Spread the love