ଲେଖାପଢ଼ା ଜଣାନାହିଁ ବୋଲି ରଦ୍ଦ ହେଲା ସରପଞ୍ଚଙ୍କ ପଦ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଗ୍ରାମପଂଚାୟତର ସରପଞ୍ଚଙ୍କ ପଦ ଆଜି ରଦ୍ଦ ହୋଇଥିବା ଜଣାପଡିଛି। ୨୦୨୨ ପଞ୍ଚାୟତ ନିର୍ବାଚନରେ କୁନ୍ଦେଇ ସରପଞ୍ଚ ଭାବେ ବିଜୟ ଲାଭ କରିଥିବା ସୁନୀତା ବାଈ ଗଣ୍ଡଙ୍କୁ ଲେଖାପଢା ଜଣାନାହିଁ ବୋଲି ତାଙ୍କ ନାମରେ ପୂର୍ବତନ ସରପଞ୍ଚ ସନରାଜ ଗଣ୍ଡଙ୍କ ପତ୍ନୀ ରଞ୍ଜିତା ମାଝୀ ରାଇଘର ସିଭିଲ୍ କୋର୍ଟରେ ପିଟିସନ ଦାୟର କରିଥିଲେ। ଆଜି ଏହାର ଶୁଣାଣି ହୋଇଥିବା ବେଳେ କୋର୍ଟ ପ୍ରଶାସନକୁ କୁନ୍ଦେଇ ପଂଚାୟତର ସରପଞ୍ଚ ପଦ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ମାମଲାର ଶୁଣାଣି ସମୟରେ ଓକିଲ ନରସିଂହ ତ୍ରିପାଠୀ, ସନରାଜ ଗଣ୍ଡ, ସଞ୍ଜୀବ ଭକ୍ତ, ଶେଖ ବାବା ଅଲିସା, ପ୍ରଫୁଲ୍ଲ ସିଂ, ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Spread the love