ରାଜନୀତିରୁ ଉର୍ଦ୍ଧ୍ୱରେ ରହି କୋଟିଆ ପାଇଁ ଆମେ ସମସ୍ତେ ଏକ୍ ହୋଇ ଲଢ଼ିବା ଦରକାର – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର – ଇଂରେଜମାନେ ବନ୍ଦେ ମାତାରମ ହେଉ କିମ୍ବା ଭାରତ ମାତା କି ଜୟ, ଏହି ସ୍ଲୋଗାନରେ ଭାରତ ଛାଡିନଥିଲେ । କୋଟିଆ ପ୍ରସଙ୍ଗରେ ଦଳ ମତ ନିର୍ବିଶେଷରେ ଆମେ ସମସ୍ତେ ଏକାଠି ହୋଇ ଲଢିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ସୀମାରେ ଠିଆ ହୋଇ ଜଣେ ଓଡ଼ିଶା ବିରୋଧୀ କଥା କହିଲେ ଓଡ଼ିଶାର ସ୍ୱାଭିମାନ ନାଗରିକ ଭାବେ ମୁଁ ଥରେ ନୁହେଁ ବାରମ୍ବାର କହିବି ଓଡ଼ିଶା ବିରୋଧୀ ଶକ୍ତି ଗୋ ବ୍ୟାକ୍ । ଓଡ଼ିଶାର ଭୌଗୋଳିକ ସୀମାକୁ ସୁରକ୍ଷିତ ରଖିବା ପାଇଁ ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ଫକୀରମୋହନ ସେନାପତି, ଗଙ୍ଗାଧର ମେହେର, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ତ୍ୟାଗ ବ୍ୟର୍ଥ ଯିବ ନାହିଁ । ଓଡ଼ିଆ ଭାବେ ଏହି ଅସ୍ମିତା ପାଇଁ ଲଢେଇ ଜାରୀ ରହିବ ।

ଓଡ଼ିଶା ସୀମାନ୍ତରେ ପାଖାପାଖି ୧୫ କିମି ବ୍ୟାସାର୍ଦ୍ଧରେ ତେଲୁଗୁ ଭାଷାଭାଷୀ ବୋର୍ଡ ଲାଗିଛି । ଆନ୍ଧ୍ରର ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପ୍ରସାର ବୋର୍ଡ ଲାଗିଲାଣି । ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ପାଖରେ ଏହାର କୌଣସି ଉତ୍ତର ନାହିଁ । ସେହି ଅଞ୍ଚଳରେ ଆନ୍ଧ୍ର ପ୍ରଲୋଭନ ଦେଖାଇବା ସହ ବିଭିନ୍ନ ବିକାଶମୂଳକ କାମ କରୁଛି । ୨୦୧୮ରେ କୋଟିଆର ଗ୍ରାମାଞ୍ଚଳରେ ସ୍ଥିତାବସ୍ଥା ଯେମିତି ଥିଲା, ଏବେ ବି ଏବେ ବି ସେମିତି ଅଛି । ଏହି ପ୍ରସଙ୍ଗରେ ଏଠାକାର ସ୍ଥାନୀୟ ମନ୍ତ୍ରୀ ମୋତେ ଯେତେ ଗାଳି, ଅପମାନ ଦିଅନ୍ତୁ, ମୋର ଆପତ୍ତି ନାହିଁ କିନ୍ତୁ ତାଙ୍କ ବିଭାଗର କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରନ୍ତୁ ।

ବିଗତ କିଛି ବର୍ଷ ଧରି ଆନ୍ଧ୍ର ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ କୋଟିଆ ସମସ୍ୟା ଉପରେ ଆପୋଷ ବୁଝାମଣା କରିବା ପାଇଁ ପତ୍ର ମଧ୍ୟମରେ ଅନୁରୋଧ କରାଯାଇଛି । ତେଣୁ ଓଡ଼ିଶାରେ ଦଳ ମତ ନିର୍ବିଶେଷରେ ଏକମତ ହେବା ପାଇଁ ପଡିବ । ରାଜନୀତିରେ ଭିନ୍ନ ମତ ରହିବ ମାତ୍ର ରାଜ୍ୟର ସୁରକ୍ଷା ପାଇଁ ଏକାଠି ହେବା ଦରକାର । ସଂସଦରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଭଳି ବିଭିନ୍ନ ରାଜ୍ୟର ବିଭିନ୍ନ ରାଜନୈତିକ ଦଳମାନେ ତାଙ୍କର ରାଜ୍ୟ ସର୍ତ୍ତରେ ଏକାଠି ହୋଇଛନ୍ତି । ତେଣୁ ଓଡିଶାର କଣ ପାଇଁ ଏକ ହେବନାହିଁ ? ମୁଖ୍ୟମନ୍ତ୍ରୀ ସାଢେ ଓଡ଼ିଆ ଲୋକଙ୍କ ହିତ ପାଇଁ ସବୁ ଦଳକୁ ନେଇ ସାଥୀରେ ଚାଲିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Spread the love