କର୍ଣ୍ଣାଟକ ନିର୍ବାଚନ : କଂଗ୍ରେସ ଜାରି କଲା ୪ର୍ଥ ପ୍ରାର୍ଥୀ ତାଲିକା, ଏହି ଆସନରୁ ଲଢିବେ ସେଟ୍ଟର

ବେଙ୍ଗାଲୁରୁ : କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସ ଆଉ ୪ର୍ଥ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକାରେ ୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଯେଉଁଥିରେ ବିଜେପିରୁ କଂଗ୍ରେସକୁ ଆସିଥିବା ପୂର୍ବତନ ସିଏମ ଜଗଦୀଶ ସେଟ୍ଟରଙ୍କ ନାମ ମଧ୍ୟ ସାମିଲ ରହିଛି ।

କଂଗ୍ରେସ ଦଳ ପକ୍ଷରୁ ଜଗଦୀଶଙ୍କୁ ହୁବଲି-ଧାରୱାଡ ସେଣ୍ଟ୍ରାଲ ଆସନରୁ ପ୍ରାର୍ଥୀ କରାଯାଇଛି । ନିକଟରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଥିଲେ।
ହୁବଲି-ଧାରୱାଡ କେନ୍ଦ୍ରୀୟ ଆସନ ଜଗଦୀଶ ସେଟ୍ଟରଙ୍କ ଗଡ଼ଭାବେ ଜଣାଶୁଣା । ୨୦୦୮ରୁ ସେ ଏଠାରୁ ବିଧାୟକ ଅଛନ୍ତି। କିଛି ଦିନ ଧରି ସେ ରାଜ୍ୟରେ ବିଜେପିର ଅନ୍ୟତମ ଶକ୍ତିଶାଳୀ ନେତା ଥିଲେ, କିନ୍ତୁ ଏବେ ସେଟ୍ଟର କଂଗ୍ରେସରେ ଯୋଗ ଦେଇଛନ୍ତି ଓ ବିଜେପିକୁ ପରାସ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଏଥର ବିଜେପି ପକ୍ଷରୁ ହୁବିଳି-ଧରଓ୍ବାର୍ଡ ସେଣ୍ଟ୍ରାଲ ଆସନ ପାଇଁ ସେଟ୍ଟାରଙ୍କ ସ୍ଥାନରେ ମହେଶ ଟେଙ୍ଗିନାକାଇଙ୍କୁ ଟିକେଟ୍ ଦିଆଯାଇଛି । ଟିକେଟ ଦିଆନଯିବାରୁ ସେ ବିଜେପି ଛାଡ଼ି କଂଗ୍ରେସରେ ମିଶିଥିଲେ ।

ସେହିପରି ହୁବୁଲି-ଧାରଓ୍ବାଡ୍ ଓ୍ବେଷ୍ଟରୁ ଦୀପକ ଚିନହୋରେଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଚିକମାଗାଲୁରରୁ ଏଚଡି ଥିମାୟାଙ୍କୁ ଟିକେଟ ଦେଇଛି କଂଗ୍ରେସ । ଶ୍ରବଳବେରାଗୋଲାରୁ ଏମଏ ଗୋପାଲସ୍ବାମୀଙ୍କୁ ଟିକେଟ ଦିଆଯାଇଛି । ଗତକାଲି ବିଜେପି ପକ୍ଷରୁ ୩ୟ ଦଫା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲା ।

Spread the love