ମୁଖ୍ୟମନ୍ତ୍ରୀଙ୍କୁ ଜୀବନରୁ ମାରିବାକୁ ଶୋସାଲ ମିଡିଆରେ ପୋଷ୍ଟ କଲେ ଯୁବକ

ପୁଣି ଚର୍ଚ୍ଚାରେ ଉତ୍ତରପ୍ରଦେଶ। ପୁଣି ଚର୍ଚ୍ଚାରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ  ମୁଖ୍ୟମନ୍ତ୍ରୀଙ୍କୁ ଜଣେ ଯୁବକ ହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ଏ ନେଇ ସେ ଖୋଲାଖୋଲି ଭାବେ ନିଜ ସୋଶାଲ ମିଡିଆରେ ପେଜରେ ଲେଖିଛନ୍ତି।  ଏହି ଯୁବକ ଜଣକ ଛତିଶଗଡ଼ର ବୋଲି ଆଲୋଚନା ହେଉଛି। ଅମନ ରାଜା ନାମକ ଗୋଟିଏ ଫେସବୁକ୍‌ ପେଜର ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଯାହାର ଏକ Screenshot ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲକୁ ଟ୍ୟାଗ କରାଯାଇଥିଲା। ଏ ନେଇ ପୁଲିସ ଖବର ପାଇବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। 

କେତେଜଣ ୟୁଜର୍ସ ଏହି ଫେସବୁକ ପୋଷ୍ଟକୁ ମୁଖ୍ୟମନ୍ତ୍ରୀ, ଡିଜିପି ଓ ଉତ୍ତର ପ୍ରଦେଶ ପୋଲିସର ଟୁଇଟର ହ୍ୟାଣ୍ଡେଲରେ ଟ୍ୟାଗ କରିଛନ୍ତି। ଏହାସହ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ପୋଲିସ ଉକ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ନିକଟରେ ଗ୍ୟାଙ୍ଗଷ୍ଟର ଓ ତା ଭାଇକୁ ହତ୍ୟା କରାଯାଇଥିଲା। ଏହାପରଠାରୁ କିଛି ଗୋଷ୍ଠୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଚକ୍ଷୁଶୂଳ ହୋଇପଡିଥିବା ଖବର ମିଳିଲା। ଏବଂ ଏହି ଘଟଣା ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଥିଲା।

Spread the love