ଗୁଜରାଟ ନରୋଦା ଗାମ ଗଣହତ୍ୟା ମାମଲା : ମାୟା କୋଡନାନି, ବାବୁ ବଜରଙ୍ଗୀଙ୍କ ସମେତ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ

ନୂଆଦିଲ୍ଲୀ : ୨୦୦୨ ନରୋଦା ଗଣହତ୍ୟା ମାମଲାରେ ଗୁଜରାଟର ଏକ ଅଦାଲତ ସମସ୍ତ ୬୮ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଅହମ୍ମଦାବାଦର ଏକ ସ୍ୱତନ୍ତ୍ର ଅଦାଲତରେ ଏହି ମାମଲାର ଶୁଣାଣି ଚାଲିଥିଲା। ଏହି ମାମଲାରେ ବାବୁ ବଜରଙ୍ଗୀ ଓ ମାୟା କୋଡନାନିଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା। ମାୟା କୋଡନାନି ଗୁଜୁରାଟ ସରକାରରେ ମନ୍ତ୍ରୀ ଅଛନ୍ତି ।
୨୦୦୨, ଫେବ୍ରୁଆରି ୨୮ରେ ଅହମ୍ମଦାବାଦର ନରୋଦା ଗାମ ଅଂଚଳରେ ହୋଇଥିବା ଏହି ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ । ଗୃହମନ୍ତ୍ରୀ ଅମିତ ଶାହ ୨୦୧୭ରେ କୋଡନାନୀଙ୍କ ସାକ୍ଷୀ ଭାବେ ହାଜର ହୋଇଥିଲେ। ଏହି ମାମଲାରେ ମୋଟ ୮୬ ଜଣ ଅଭିଯୁକ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କ ମୃତ୍ୟୁ ହୋଇସାରିଛି । ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯାଇଛି ବୋଲି ଦୋଷମୁକ୍ତ ହୋଇଥିବା ବ୍ୟକ୍ତିଙ୍କ ଓକିଲ ଆଜି କୋର୍ଟ ବାହାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆମେ ରାୟର ନକଲକୁ ଅପେକ୍ଷା କରିଛୁ।

ଅନ୍ୟପକ୍ଷରେ ନରୋଦା ପାଟିଆ ଦଙ୍ଗା ମାମଲାରେ କୋଡନାନିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୯୭ ଜଣଙ୍କୁ ହତ୍ୟା କରାଯିବା ସହ ୨୮ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ପରେ ଗୁଜରାଟ ହାଇକୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ।

Spread the love