ପୁଞ୍ଛ ଆତଙ୍କବାଦୀ ହମଲାରେ ଓଡ଼ିଆ ଯବାନ ଆହତ

ପୁଞ୍ଛ ଆତଙ୍କବାଦୀ ହମଲାରେ ଆହତ ସେନା ଡ୍ରାଇଭର ଜଣେ ଓଡ଼ିଆ ଯବାନ କାଳିଚରଣ ମହାନ୍ତ। ଘର ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳରେ। ବୈଶିଙ୍ଗା ନିକଟ ମନ୍ତ୍ରୀଡ଼ାହି ଗାଁର ପ୍ରତାପ ମହାନ୍ତଙ୍କ ପୁଅ କାଳିଚରଣ ୨୦୧୦ରୁ ସେନାରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଛନ୍ତି।
ପୁଞ୍ଛଠାରେ ହୋଇଥିବା ଆତଙ୍କବାଦୀଙ୍କ ଗ୍ରେନେଡ଼ ଆକ୍ରମଣର ଶିକାର ହୋଇଥିବା ଗାଡିଟିକୁ ସେ ହିଁ ଚଳାଉ ଥିଲେ। ବିସ୍ଫୋରଣରେ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇ ଅଳ୍ପକେ ବର୍ତ୍ତିଯାଇଥିଲେ କାଳିଚରଣ। ଘଟଣା ପରେ ସେ ପରିବାର ଲୋକଙ୍କ ସହିତ କଥା ହୋଇଛନ୍ତି। .

Spread the love