ସନ୍‌ବର୍ନକୁ ଦୂର କରିବ ଏହି ସ୍ପ୍ରେ, ଘରେ କରନ୍ତୁ ପ୍ରସ୍ତୁତ

ଖରାଦିନରେ ଆସିଲେ ସମସ୍ତେ ନିଜ ଚେହେରାକୁ ନେଇ ଚିନ୍ତିତ ହୋଇଯାଇଥାନ୍ତି। ଏହା ମଧ୍ୟ ହେବା କଥା, କାରଣ ଖରାରେ କେଉଁ ସ୍ଥାନକୁ ଗଲେ କଳା ପଡିଯାଇଥାନ୍ତି ଓ ଶରୀରରେ ସନ୍‌ବର୍ନ ହୋଇଯାଇଥାଏ। ସୂର୍ଯ୍ୟଙ୍କ ଟାଣ ଖରାରେ ଏହି ସବୁ ସମସ୍ୟା ଦେଖାଯାଇଥାଏ। ଏହାର ନିରାକରଣ ପାଇଁ ଆମେ ଏକ ସନ୍‌ ସ୍ପ୍ରେ ବିଷୟରେ କହିବୁ ଯାହାକୁ ଲଗାଇବା ଦ୍ୱାରା ଆପଣଙ୍କୁ ସତେଜ ଲାଗିବା ସହ ଏହି ସବୁ ସମସ୍ୟା ଦୂରେଇ ଯିବ। ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ…
ସାମଗ୍ରୀ:
ଆଲୋଭେରା ଜେଲ – ୧/୨ କପ୍‌
ଓ୍ୱିଚ୍ ହେଜଲ୍‌ ହାଇଡ୍ରୋସୋଲ ଲିକ୍ୟୁଡି – ୧/୪ କପ୍‌
ଅଖରୋଟ ପାଉଡର – ୧ ଚାମଚ
ଲ୍ୟାଭେଣ୍ଡର ଏସେନ୍‌ସିଆଲ ଅଏଲ୍‌ – ୭ରୁ ୮ ବୁନ୍ଦା
ପେପରମିଣ୍ଟ ଏସେନ୍‌ସିଆଲ ଅଏଲ୍‌ – ୪ରୁ ୫ ବୁନ୍ଦା
କାମୋମାଇଲ୍‌ ଏସେନ୍‌ସିଆଲ ଅଏଲ୍‌ – ୪ରୁ ୫ ବୁନ୍ଦା
ନଡିଆ ତେଲ – ୨ରୁ ୩ ଚାମଚ
ପ୍ରସ୍ତୁତି:
ପ୍ରଥମେ ଏକ ଆଲୋଭେରାର ଚୋପା ଛଡ଼ାଇ ଜେଲ୍ ବାହାର କରି ଦିଅନ୍ତୁ। ଏହାପରେ ଏକ ପାତ୍ରରେ ଆଲୋଭେରା ଜେଲ୍ ସହ ଓ୍ୱିଚହେଜଲ ଓ ନଡିଆ ତେଲ ମିଶାଇ ଦିଅନ୍ତୁ। ଏହାପରେ ସେଥିରେ ଲାଭେଣ୍ଡର, ପେପରମିଣ୍ଟ, କାମୋମାଇଲ୍‌ର ଏସେନ୍‌ସିଆଲ ଅଏଲ୍‌କୁ ଭଲରେ ମିଶାଇ ଦିଅନ୍ତୁ। ଏଥିରେ ଅଖରୋଟ ପାଉଡର ମିଶାଇ ଦିଅନ୍ତୁ। ଏହାକୁ ଭଲ ଭାବରେ ଫେଣ୍ଟି ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ଏକ ସ୍ପ୍ରେ ବୋତଲରେ ରଖି ଦିଅନ୍ତୁ। ଯେତେବେଳେ ଖରାରୁ ଘରକୁ ଆସୁଛନ୍ତି ସେତେବେଳେ ଏହାକୁ ସନ୍‌ବର୍ନ ସ୍ଥାନରେ ଲଗାନ୍ତୁ। ଏହାକୁ ଲଗାଇବା ପୂର୍ବରୁ ଭଲରେ ସେକ୍ କରିଦେବେ ଓ ଲଗାଇବେ। ଏହାକୁ ଲଗାଇବା ଦ୍ୱାରା ସତେଜ ଲାଗିଥାଏ ଓ ଏହି ସମସ୍ୟା ଦୂର ହୋଇଥାଏ।

Spread the love