ଜନ୍ମମାଟିରେ ପହଞ୍ଚିଲା ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର, ଗାଁ ମଶାଣିରେ ହେବ ଶେଷକୃତ୍ୟ

ଜନ୍ମମାଟି ଅଳଗୁମରେ ପହଞ୍ଚିଲା ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର । କିଛି ସମୟ ପରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିଦଙ୍କ ଶେଷକୃତ୍ୟ ହେବ । ଭୁବନେଶ୍ୱରର ବିମାନ ବନ୍ଦରରୁ ମର ଶରୀରରୁ ଶୋଭାଯାତ୍ରରେ ପୈତ୍ରିକ ଗ୍ରାମକୁ ଅଣାଯାଇଛି । ଆଜି ଏୟାରପୋର୍ଟରେ ଦେବାଶିଷଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସହିଦ ଦେବାଶିଷଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା । ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ସେନା ପକ୍ଷରୁ ମଧ୍ୟ ସହିଦ ଦେବାଶିଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହା ସହ ରାଜ୍ୟ ସରକାରଙ୍କ ମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Spread the love