ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କୁ ଆଇଆଇଟିଟିଏମ୍ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୨୨/୦୪: ନିକଟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପକୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କୁ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଂଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।
କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧିନସ୍ଥ ଆଇଆଇଟିଟିଏମ୍‌ର ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ସଦସ୍ୟ ଥିବା ପ୍ରଫେସର ମିଶ୍ର ସୋଆର ଉପକୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଛି । ପୂର୍ବରୁ ଏହି ଅନୁଷ୍ଠାନର ନିର୍ଦ୍ଦେଶକ ଥିବା ପ୍ରଫେସର ମିଶ୍ରଙ୍କୁ ସମ୍ମାନିତ କରିବା ପାଇଁ ସମସ୍ତ ଫ୍ୟାକଲ୍ଟି, କର୍ମକର୍ତା ଓ ଛାତ୍ରଛାତ୍ରୀଙ୍କ ସମେତ ନୋଡାଲ୍ ଅଫିସର ଡକ୍ଟର ଏସ୍‌. ହୁସେନ୍ ଏକତ୍ରିତ ହୋଇଥିଲେ । ଏହି ଅବସରରେ ପୂର୍ବତନ ବ୍ୟାଙ୍କ ଅଧିକାରୀ ଶ୍ରୀ ବିଷ୍ଣୁମୋହନ ପଣ୍ଡାଙ୍କ ଦ୍ୱାରା ଓଡ଼ିଶାର ବିଭିନ୍ନ ଦିଗକୁ ନେଇ ରଚିତ ଏକ ପୁସ୍ତକମାଳାକୁ ଶ୍ରୀ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉନ୍ମୋଚନ କରିଥିଲେ। ଏହି ଅବସରରେ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କର ଚିଫ୍ ବ୍ୟାଙ୍କ ଅଫିସର ଶ୍ରୀ ତପନ କୁମାର ନାଥ ମଧ୍ୟ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ରାଜ୍ୟସ୍ତରୀୟ ଇକୋ ଟୁରିଷ୍ଟ ଗାଇଡ୍ ଟ୍ରେନିଂ ପ୍ରୋଗ୍ରାମ୍ ନିମନ୍ତେ ଆରମ୍ଭ ହୋଇଥିବା ୩ ମାସିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ପ୍ରଫେସର ମିଶ୍ରଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା ।

Spread the love