କୁଇ ତଥା ଦେଶୀଆ’ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ ପାଇଁ ଗଠନ ହେଲା ୧୦ ଜଣିଆ କମିଟି

କୁଇ ତଥା ଦେଶୀଆ’ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବା ପାଇଁ ଏନସିଇଆରଟିର ୧୦ ଜଣିଆ କମିଟି ଗଠନ କରାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଗଦର୍ଶନରେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି କମିଟି। ଏହି କମିଟି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହଯୋଗରେ ବହୁ ଭାଷାଭାଷୀ ଫଟୋଚିତ୍ର ପୁସ୍ତକ ଏବଂ ଅନ୍ୟାନ୍ୟ ପାଠ୍ୟ ଖସଡ଼ା ପ୍ରସ୍ତୁତ କରିବେ । ଏହାଦ୍ୱାରା ‘କୁଇ ତଥା ଦେଶୀଆ’ ଭାଷାରେ କଥା ହେଉଥିବା ପିଲା ମାନଙ୍କର ପାଠପଢ଼ା ପ୍ରତି ଆଗ୍ରହ ବଢ଼ିବ ଓ ସୃଜନଶୀଳତା ବିକଶିତ ହେବ ।ଏପ୍ରିଲ ୧ ଉତ୍କଳ ଦିବସ ଅବସରରେ କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ଗସ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତକାଳରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ । ଖୁବ ଶୀଘ୍ର ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ମାତୃଭାଷା ‘କୁଇ ତଥା ଦେଶୀଆ’ ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ କରିବା ନେଇ ସେ ମତ ରଖିଥିଲେ ।

Spread the love