ଓୟୁଏଟି କୃଷି ଫାର୍ମରେ ଭୂମିପୂଜା ଓ ଅଖିମୁଠି ଅନୁକୁଳ କଲେ ମୁଖ୍ୟମନ୍ତ୍ରୀ, ଚାଷୀ ଭାଇଙ୍କୁ ଜଣାଇଲେ ଶୁଭେଚ୍ଛା

ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ଭୂମିପୂଜା ଓ ଅଖିମୁଠି ଅନୁକୁଳ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓୟୁଏଟି ଶୈକ୍ଷିକ କୃଷି ଫାର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଖିମୁଠି ଅନୁକୁଳ କରିଛନ୍ତି । କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କ ସମେତ କୃଷି ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ବିଶ୍ୱାସ ରହିଛି, ଆଜିର ଏହି ପବିତ୍ର ମୁହୂର୍ତ୍ତରେ ଯେକୌଣସି କାର୍ଯ୍ୟ କଲେ ଶୁଭଙ୍କର ହୋଇଥାଏ । ଚାଷୀ ଅଖିମୁଠି ଅନୁକୂଳ କରି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥାଏ । ଜମିରେ ପୂଜାର୍ଚ୍ଚନା କରିବା ପରେ ଅଖିମୁଠି ଅନୁକୂଳ କରିଛନ୍ତି ଚାଷୀ ।

ଆଜି ଲୋକସେବା ଭବନରେ ମିଲେଟ ଶକ୍ତି କାଫେ ଓ କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ବର୍ଷ ଦେଶରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ଜୁନରୁ ସେପ୍ଟେମ୍ବର ଲଙ୍ଗ ପିରିୟଡ୍‌ ଆଭରେଜରେ ବର୍ଷା ପରିମାଣ ୯୬ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ମୌସୁମୀର ଦ୍ୱିତୀୟାର୍ଦ୍ଧରେ ଏଲନିନୋ ପ୍ରଭାବ ରହିପାରେ । ଆଜି ଅକ୍ଷୟ ତୃତୀୟାରୁ କୃଷି କାର୍ଯ୍ୟର ଆରମ୍ଭ କରିଛନ୍ତି ଚାଷୀ । .

Spread the love