ଆକାଶରୁ ଖସିଲା ଗଦା ଗଦା କୁଆପଥର: ଅସ୍ତବ୍ୟସ୍ତ ନବରଙ୍ଗପୁର ପୂଜାରୀଗୁଡା ପଞ୍ଚାୟତର ୭ ଖଣ୍ଡ ଗାଁ ଲୋକ

କାଳ ହେଲା କାଳବୈଶାଖୀ । ତାଣ୍ଡବ ରଚିଛି । ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼ । ଆକାଶରୁ ଖସିଲା ଗଦା ଗଦା କୁଆପଥର । ଏଦୃଶ୍ୟ ନବରଙ୍ଗପୁର ଜିଲ୍ଲା ପୂଜାରୀଗୁଡା ପଞ୍ଚାୟତର । ଝଡ଼ ବର୍ଷା ସହ କୁଆପଥର ମାଡ଼ରେ ଅସ୍ତବ୍ୟସ୍ତ ହୋଇଛି ୭ ଖଣ୍ଡ ଗାଁ ଲୋକ । ଏତେ କୁଆପଥର ପଡ଼ିଥିଲା ଯେ କୋଦାଳ ଯୋଗେ ଲୋକ ସେସବୁକୁ ଏକାଠି କରି ଗଦା କରିଥିଲେ । ଏତେ କୁଆପଥର ଖସିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଲୋକ ।

ସନ୍ଧ୍ୟା ୭ଟାରେ ହଠାତ୍‌ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା । ବିଜୁଳି ଘଡ଼ଘଡ଼ି ସବ ପ୍ରବଳ ବର୍ଷା ପବନ ଓ କୁଆପଥର ମାଡ଼ ହୋଇଥିଲା । ପୂଜାରୀଗୁଡା ପଞ୍ଚାୟତର କୁସୁମୀ, ଦେଦେଶପାଲି, ବାଙ୍ଗାପାଲି, ପୂଜାରୀଗୁଡା, ବି.ବେହେରାଗୁଡା ଓ ବଡ଼କୁସୁମୀ ଗାଁ ପ୍ରଭାବିତ ହୋଇଛି । ପବନରେ ଉଡିଯାଇଛି ଅନେକ ଘରର ଛପର । କୁସୁମି, ଦେଦେଶପାଲି ଓ ବଡ଼କୁସୁମୀ ଗାଁର କିଛି ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଓ ଗଛ ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

Spread the love