ନାସା ସେୟାର କଲା ପୃଥିବୀର ସୁନ୍ଦର ଦୃଶ୍ୟ

ନୂଆଦିଲ୍ଲୀ: ସ୍ପେସ ଏଜେନ୍ସି ନାସା (ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ)ର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ମହାକାଶ ପ୍ରତି ରୁଚି ରଖୁଥିବା ଲୋକଙ୍କ ପାଇଁ କୌଣସି ଖଜଣା ଠାରୁ କମ ନୁହେଁ। ଏଜେନ୍ସିର ଇନଷ୍ଟାଗ୍ରାମ ଆକାଉଣ୍ଟରେ ମହାକାଶର ଅନେକ ଫଟୋ ଓ ଭିଡିଓ ଦେଖିବାକୁ ମିଳିଥାଏ। ସମ୍ପ୍ରତି ନାସା ପୃଥିବୀକୁ ସମ୍ପୂର୍ଣ୍ଣ ଭିନ୍ନ ରୂପରେ ଦେଖାଇଥିବାର ଭିଡିଓ ସେୟାର କରିଛି।

ନାସାର ଅଧିକାରିକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୃଥିବୀ ଘୁରୁଥିବାର ସୁନ୍ଦର ଭିଡିଓ ସେୟାର କରାଯାଇଛି। ନାସା ପକ୍ଷରୁ କ୍ୟାପସନରେ ଲେଖାଯାଇଛି କି, ‘ଆସନ୍ତୁ ଦେଖିବା ଆମର ଦୁନିଆ କେମିତି ଗତି କରିଥାଏ। ଏହି ଅଲଟ୍ରା ହାଇ ଡେଫିନେସନ ଭିଡିଓକୁ ମହାକାଶ ଷ୍ଟେସନର ଅଭିଯାନ ୬୭ ଓ୬୮ ମାର୍ଚ୍ଚ ୨୦୨୨ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ କ୍ୟାପଚର କରାଯାଇଛି।
ପୃଥିବୀର ସୁନ୍ଦର ଦୃଶ୍ୟ ଥିବା ନାସାର ଏହି ଭିଡିଓକୁ ୧୦ଲକ୍ଷରୁ ଅଧିକ ଲାଇକ ମିଳିଛି। ଏହି ଭିଡିଓକୁ ‌ଲୋକେ ବହୁ ମାତ୍ରାରେ ସେୟାର ବି କରୁଛନ୍ତି। ଏହି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ଏଭଳି ସୁନ୍ଦର ଦୃଶ୍ୟ ମୁଁ କେବେ ହେଲେ ପୂର୍ବରୁ ଦେଖି ନାହିଁ।

Spread the love