ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ ସୋଆ ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍ କୁ ପ୍ରଶଂସା କଲେ ଏଆଇସିଟିଇ ଅଧ୍ୟକ୍ଷ୍ୟ

ଭୁବନେଶ୍ୱର,୨୫/୦୪: ଆଇଏମଏମ୍‌ଟି ପରିସରରେ ଚାଲିଥିବା ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀର ତୃତୀୟ ଦିନ ରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍ କୁ ବୁଲି ଦେଖିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି ଏଆଇସିଟିଇ ଅଧ୍ୟକ୍ଷ୍ୟ ପ୍ରଫେସର ଟି.ଜି ସୀତାରାମ ।
ପ୍ରଫେସର ସୀତାରାମ ସୋଆର ସିଆଇଆଇ ଏଗଜିବିଟର ବୁଥ୍ ବୁଲି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଷ୍ଟାର୍ଟ ଅପ୍‌ର ପ୍ରଶଂସା କରିଥିଲେ ।
ଏହି ଅବସରରେ ସୋଆର ଆଡିସ୍‌ନାଲ ଡିନ୍ ( ଷ୍ଟୁଡେଂନସ୍ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ଓ ସୋଆ ସଭାପତିଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ୍ ନାୟକଙ୍କ ସମେତ ସୋଆର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Spread the love