କଲମା ଗେଟ ଖୋଲିବାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି

ଛତିଶଗଡ଼ ଚାଲାକି କରି କଲମା ଗେଟ ଖୋଲିବାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି। ବିଜେପି ଅଭିଯୋଗ, ମହାନଦୀ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ । ରାଜନୈତିକ ସ୍ୱାର୍ଥ ସାଧନ ପାଇଁ କେବଳ ଶାସକ ଦଳ ମହାନଦୀକୁ ପ୍ରସଙ୍ଗ କରି ଆସିଛି । ଛତିଶଗଡ଼ ଉପର ମୁଣ୍ଡରେ ଥିବାରୁ ବନ୍ଧ ବାନ୍ଧିବାଠୁ ନେଇ ବ୍ୟାରେଜ ନିର୍ମାଣ କରି ଚାଲିଲା ସରକାର ଚୁପ ବସିଲେ ଏବେ ଟ୍ରିବ୍ୟୁନାଲ ଟିମର ତଦନ୍ତକୁ ପ୍ରଭାବିତ କରିବାକୁ ଛତିଶଗଡ ଚାଲାକି କଲାବେଳେ ସରକାର ଚୁପ ।ତଳ ମୁଣ୍ଡରେ ଆଜି ପର୍ଯ୍ୟନ୍ତ ବି ବ୍ୟାରେଜ କଲେନି ଯାହାର ପରିଣାମ ରାଜ୍ୟବାସୀ ଆଜି ଭୋଗୁଛନ୍ତି । ସେପଟେ ବିଜେଡି କହିଛି ମହାନଦୀର ପାଣି ସମସ୍ୟା ରହିଛି। ଏବେ ଗେଟ ଖୋଲିଦେଇଛନ୍ତି ତାହା ଠିକ ନୁହଁ।  ଚାଲାକି କଲେ ବି ଟ୍ରିବୁନାଲ ଦେଖିବ ବୋଲି କହିଛି ବିଜେଡି।ମହାନଦୀ ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଛତିଶଗଡ଼ର ଚାଲାକି । କଲ୍‌ମାର ୨୦ ଗେଟ୍‌ ଦେଇ ଛାଡ଼ିଲା ପାଣି । 

Spread the love