ସାଧାରଣ ଲୋକଙ୍କ ଲୁକ୍କାୟିତ ପ୍ରତିଭାକୁ ପ୍ରକାଶ କରିବାର ଅନ୍ୟତମ ଅବସର ପାଲଟିଛି ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ : ମନମୋହନ ସାମଲ

ଭୁବନେଶ୍ୱର, ତା.୩୦/୦୪ : ଦେଶବାସୀଙ୍କ ସହ ସିଧାସଳଖ ଯୋଡି ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଜରିଆରେ ଏକ ଐତିହାସିକ ପ୍ରୟାସ ଆରମ୍ଭ କରିଥିଲେ । ମାସର ପ୍ରତ୍ୟେକ ଶେଷ ରବିବାର ଦିନ ପ୍ରଧାନମନ୍ତ୍ରୀ ରେଡିଓ, ଦୂରଦର୍ଶନ ଜରିଆରେ କଥା ହୋଇଥାନ୍ତି । ଆଜି ଏହି କାର୍ଯ୍ୟକ୍ରମର ୧୦୦ ତମ ସଂସ୍କରଣ ପୂରଣ ହୋଇଛି ଏବଂ ଏହାର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ସମଗ୍ର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ହୋଇଥିବା ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଆଜି ଦେଶବାସୀ, ପ୍ରବାସୀ ଭାରତୀୟ ତଥା ସମଗ୍ର ବିଶ୍ୱବାସୀଙ୍କୁ ଆଦୃତ କରିପାରିଛି । ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ମୋଦିଜୀ ତଳସ୍ତରରେ ଅସାଧାରଣ କାମ କରୁଥିବା ଏବଂ ଲୁକ୍କାୟିତ ପ୍ରତିଭାକୁ ସାମ୍ନାକୁ ଆଣିଛନ୍ତି । ମୋଦିଜୀ ସାମାଜିକ ସମସ୍ୟା ସମ୍ପର୍କରେ ବି ଚର୍ଚ୍ଚା ଆଲୋଚନା କରିବା ସହ ସାରା ଦେଶକୁ ସାଙ୍ଗରେ ନେଇ ଚାଲିବା ହେଉଛି ‘ମନ କି ବାତ୍‌’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ରାଜ୍ୟର ପ୍ରକାଶ ରାଓ, ଆଇଜାକ ମୁଣ୍ଡା, ନାୟକ ସାର୍ (ସିଲୁ ନାୟକ), ପଟାୟତ ସାହୁ, କମଳା ମହାରଣା, ଭାଗ୍ୟଶ୍ରୀ ସାହୁ, କିନି ଦେହୁରୀ, ଅମରେଶ ସାମାନ୍ତ, ରାହୁଲ ମହାରଣାଙ୍କ ଭଳି ଅନେକ ଲୁକ୍କାୟିତ ପ୍ରତିଭାକୁ ଲୋକଙ୍କ ସାମ୍ନାକୁ ଆଣିବାରେ ସହାୟକ ହୋଇଛି । ସଂପୂର୍ଣ୍ଣ ଅଣରାଜନୈତିକ ଭିତିକ ଏହି କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ପାର୍ଟି ତରଫରୁ ରାଜ୍ୟରେ ୨୦୦୦ ରୁ ଊର୍ଦ୍ଧ୍ୱ ସ୍ଥାନରେ ନେତୃବୃନ୍ଦ ଓ କାର୍ଯ୍ୟକର୍ତାମାନେ ସ୍ଥାନୀୟ ବାସିନ୍ଦାଙ୍କ ସହ ଏକାଠି ଶୁଣିଥିଲେ ।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି ସମ୍ବଲପୁରର ଝାଡୁଆପଡା ସ୍ଥିତ ଯୁବ ଉଦ୍ଦୟନ କ୍ଲବଠାରେ ସ୍ଥାନୀୟ ବାସିନ୍ଦାଙ୍କ ଗହଣରେ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିଥିଲେ । ସେହିପରି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ବାରିପଦାର ଦାରୋଗାଡିହି, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡାର ବରାଡିଆ (ଆଳି ବିଧାନସଭା), ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ପୁରୀ ଜିଲ୍ଲା ଦାଣ୍ଡମୁକୁନ୍ଦପୁର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଝାରସୁଗୁଡାର ବଇଜାପାଲି, ସାଂସଦ ପ୍ରତାପ ଷଡଙ୍ଗୀ ବାଲେଶ୍ୱର ଜିଲ୍ଲା ନୀଳଗିରିର ଗୋପୀନନାଥପୁର, ସାଂସଦ ସୁରେଶ ପୁଜାରୀ ବ୍ରଜରାଜନଗର, ସଂଗୀତା କୁମାରୀ ସିଂହଦେଓ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡର ଗୋବିନ୍ଦ ବିତିକା, ସାଂସଦ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱରର ସୁନ୍ଦରପଦା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଝାରସୁଗୁଡାର ତାଲପଟିଆ, ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଝାରସୁଗୁଡା ବିଟିଏମ୍ ବାଇବାସ ରୋଡ ୱାଡ ନଂ ୬, କେଭି ସିଂହଦେଓ, ବିଧାୟକ ଆଦିତ୍ୟ ମାଢୀ ମାଲକାନଗିରି, ଝାରସୁଗୁଡା ବିଧାନସଭା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଝାରସୁଗୁଡା ମ୍ୟୁନିସିପାଲିଟିର ୱାର୍ଡ-୧୭ରେ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିଥିଲେ । ଏଥିସହ ପାର୍ଟିର ସମସ୍ତ ପଦାଧିକାରୀ ଓ କାର୍ଯ୍ୟକର୍ତାମାନେ ବିଭିନ୍ନ ବୁଥ୍‌ରେ ଉପସ୍ଥିତ ରହି “ମନ୍ କି ମାତ’୍ କାର୍ଯ୍ୟକ୍ରମକୁ ଶୁଣିଥିଲେ ।
ପ୍ରଧାନମନ୍ତ୍ରୀ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ହେଉଛି ଏକ ଐତିହାସିକ କାର୍ଯ୍ୟକ୍ରମ । ସାଧାରଣ ଲୋକଙ୍କ ଅସାଧାରଣ ପ୍ରତିଭାକୁ ଚିହ୍ନଟ କରି ସାର୍ବଜନୀନ କରିବାରେ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରଚେଷ୍ଟା ଅତ୍ୟନ୍ତ ପ୍ରଶଂସନୀୟ । ଏହା ନିଶ୍ଚିତ ଭାବେ ସାଧାରଣ ଲୋକଙ୍କ ମନରେ ଉତ୍ସାହ ଆଣିଦେଉଛି । ଆଜିର ୧୦୦ ତମ ସଂସ୍କରଣ ସାଧାରଣ ଲୋକଙ୍କ ଲୁକ୍କାୟିତ ପ୍ରତିଭାକୁ ପ୍ରକାଶ କରିବାର ଅନ୍ୟତମ ଅବସର ପାଲଟିଛି । ଆଜିର ଏହି ଐତିହାସିକ ଦିବସକୁ ସ୍ମରଣୀୟ କରିଥିବା ସାଧାରଣ ଜନତା ଓ ବିଭିନ୍ନ ଅନଷ୍ଠାନକୁ ରାଜ୍ୟ ସଭାପତି ଶ୍ର ସାମଲ ଧନ୍ୟବାଦ ଜଣାଇଛନ୍ତି ।

Spread the love