ଜନ୍ମପରେ ନବଜାତକୁ ମୃତ ଘୋଷଣା କଲେ ଡାକ୍ତର

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କର ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ମେଡିକାଲରେ ନବଜାତ ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର । ଜଣେ ନୁହେଁ ଦୁଇ ଜଣ ଡାକ୍ତର ଶିଶୁଟି ମୃତ ବୋଲି କହିଲେ । ଏହା ଶୁଣିବା ପରେ ପରିବାର ଲୋକେ ମୃତଦେହ ଧରି ଘରକୁ ପଳାଇ ଆସିଲେ । ହେଲେ ଶିଶୁଟି ଜୀବିତ ଥିବା ଜଣାପଡ଼ିଥିଲା । ଏହାପରେ ଶିଶୁଟିକୁ ପୁଣି ମେଡିକାଲରେ ଭର୍ତ୍ତି କରାଯାଇଛି । ଏପଟେ ପ୍ରସବ ପରେ ଗୁରୁତର ମହିଳାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।ସୂଚନା ଅନୁଯାୟୀ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଆଜି ସକାଳେ ପ୍ରଣତିଙ୍କ ପ୍ରସବ ବେଦନା ହେବାରୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ। ନର୍ମାଲ ଡେଲିଭରିର କିଛି ସମୟ ପରେ ଛୁଆ ଜୀବିତ ନଥିବା କହିଥିଲେ କାର୍ଯ୍ଯରତ ଡାକ୍ତର । ମାଆକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ପିଲାଟିକୁ ଘରକୁ ନେଇ ପଳାଇ ଆସିଥିଲେ ପରିବାର ଲୋକେ । ହେଲେ ପରେ ଛୁଆଟି ଜୀବିତ ଥିବା ଜଣାପଡିବା ପରେ ପୁଣିଥରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁରେ ନବଜାତର ଚିକିତ୍ସା ଚାଲିଛି ।

ସେପଟେ ଡାକ୍ତରଙ୍କ ଚିକିତ୍ସାରେ ଚରମ ଅବହେଳା ସହ କେଉଁ ପରିସ୍ଥିତିରେ ନବଜାତ ଶିଶୁଟିକୁ ଡାକ୍ତର ମୃତ ଘୋଷଣା କଲେ ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

Spread the love