ମନ କି ବାତ୍’ ଶୁଣିବା ପାଇଁ ବିବାହର ରୀତିନୀତିକୁ ଅଟକାଇଦେଲେ ବର

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ର ୧୦୦ତମ ସଂସ୍କରଣ ଥିଲା। ଏହି କାର୍ଯ୍ୟକ୍ରମର ରେକର୍ଡିଂ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଥର ଭାବବିହ୍ବଳ ହୋଇଥିବା ଜଣାପଡ଼ିଥିଲା। ୧୦୦ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କେଉଁ ବିଷୟରେ ଆଲୋଚନା କରିବେ ତା’ ଉପରେ ଦେଶବାସୀଙ୍କ ନଜର ରହିଥିଲା। ହେଲେ ‘ମନ କି ବାତ୍’ ଶୁଣିବା ପ‌ାଇଁ ଜଣେ ଯୁବକ ଯେଉଁ କାମ କରିଥିଲେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ନରେନ୍ଦ୍ର ମୋଦୀଙ୍କ ‘ମନ କି ବାତ୍’କୁ ଶୁଣିବା ଏବଂ ବିବାହର ରୀତିନୀତି ଜାରି ରଖିବାର ୨ଟି ବିକଳ୍ପ ମଧ୍ୟରୁ ରାଜସ୍ଥାନର ଭିଲୱାରାରେ ରହୁଥିବା ଜଣେ ଯୁବକ ପ୍ରଥମ ବିକଳ୍ପ ବାଛିଥିଲେ। ବର ଋଷଭ ପୋରୱାଲଙ୍କର ଆଜି ବିବାହ ହେବାର ଥିଲା। ହେଲେ ଆଜି ହିଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ କି ବାତ୍’ ଥିବା ଜାଣି ସେ ଦ୍ବନ୍ଦ୍ବରେ ପଡ଼ିଯାଇଥିଲେ। ପୂର୍ବରୁ ସବୁ ଅଧ୍ୟାୟ ଶୁଣିଥିବା ଋଷଭ ବିବାହ ଦିନ ‘ମନ କି ବାତ୍’ ଶୁଣିବା ପାଇଁ ଏକ ଦାବି କରିଥିଲେ।

ଭିଲୱାରାର ଏକ ଘରୋଇ ରିସର୍ଟରେ ତାଙ୍କ ବିବାହ ଅନୁଷ୍ଠିତ ହେବାକୁ ଥିବା ବେଳେ ସକାଳୁ ବିବାହ ରୀତିନୀତି ଆରମ୍ଭ ହୋଇଥିଲା। ଏ ମଧ୍ୟରେ ଋଷଭ ଏକ ଦାବି କରିଥିଲେ। ତାଙ୍କ ଦାବି ମୁତାବକ ‘ମନ୍ କି ବାତ୍’ ଶୁଣିବା ପାଇଁ ରିସର୍ଟରେ ଏଲଇଡି ସ୍କ୍ରିନ ଲଗାଯିବା ସହ ଉପସ୍ଥିତ ସମସ୍ତ ଅତିଥି ‘ମନ୍ କି ବାତ୍’ ଶୁଣିଥିଲେ। ପ୍ରଧାନମନ୍ତ୍ରୀଙ୍କ ରୋଡିଓ କାର୍ଯ୍ୟକ୍ରମ ଶେଷ ହେବା ପରେ ପୁଣି ଥରେ ବିବାହ ରୀତିନୀତି ଆରମ୍ଭ ହୋଇଥିଲା।

Spread the love