ତିଗିରିଆରେ ଦନ୍ତା ହାତୀ ଆତଙ୍କ, ନୂଆଗଡବନ୍ଧ ଠାରେ ହାତୀର ଜଳକ୍ରୀଡା

ତିଗିରିଆ,୩/୫: ଆଠଗଡ଼ ବନାଞ୍ଚଳ ତିଗିରିଆ ବନଚକ ଅନ୍ତର୍ଗତ ସୋରିସପାଳ ଜଙ୍ଗଲରୁ ୩ ଟିକିଆ ହାତୀ ପଲ ଆସି ତିଗିରିଆ ପଞ୍ଚାୟତର ନିଜିଗଡ଼ ମୁଣ୍ଡିଆସାହିରେ ଆତଙ୍କ ଖେଳାଇଛନ୍ତି। ସୂଚନା ଅନୁସାରେ ତିଗିରିଆ ବନଚକ ପାଦ ଦେଶରେ ଥିବା ନିଜିଗଡ଼ ମୁଣ୍ଡିଆ ସାହି ନିକଟରେ ନୂଆଗଡ଼ ବନ୍ଧ ନିକଟରେ ସୋମବାର ସନ୍ଧ୍ୟା ସମୟରେ ୩ ଟି ହାତୀ ଆସି ଆତଙ୍କ ଖେଳାଇଥିଲେ। ରାସ୍ତା କଡ଼ରେ ଥିବା ଜମି ଗୁଡ଼ିକରେ ପଶି ବ୍ୟାପକ ପନିପରିବା ଚାଷ ଖାଇଯିବା ସହ ବହୁ ପନିପରିବା ଚାଷକୁ ଦଳିଚକଟି ନଷ୍ଟ କରିଛନ୍ତି।ହାତୀ ଉପଦ୍ରବ ଦେଖି ଲୋକମାନଙ୍କ ଭିତରେ ଆତଙ୍କ ଖେଳିଯାଇଥିଲା। ଗାଁ ଲୋକ ଏକାଠି ହୋଇ ହାତୀମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିବାରୁ ଦନ୍ତାହାତୀଟି ଏଥିରେ ଉତକ୍ଷୀପ୍ତ ହୋଇ ଲୋକମାନଙ୍କୁ ଗୋଡ଼ାଇ ଥିଲା। ଫଳରେ ଜଣେ ଯୁବକ ପଡ଼ିଯାଇ ଆହତ ହୋଇଥିବା ଜଣାପଡ଼ିଛି । ଆଜି ସକାଳ ସମୟରେ ହାତୀଗୁଡ଼ିକ ନୂଆଗଡ଼ ବନ୍ଧରେ ଗାଧୋଉଥିବାର ଦେଖାଯାଇଥିଲା। ହାତୀ କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି ହାତୀ ଉପଦ୍ରବ ଦେଖି ସମ୍ପୃକ୍ତ ଅଞ୍ଚଳରେ ବାରମ୍ବାର ବନବିଭାଗକୁ ଅଞ୍ଚଳବାସୀ ପେଟ୍ରୋଲିଂ କରିବାକୁ ଦାବି କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ତିଗିରିଆ ରୁ ମାନସ ରଞ୍ଜନ ସାହୁ ପ୍ରତିଦିନ ଟିଭି।

Spread the love