ସେଲଫି ନେବାକୁ ଖୁସିରେ ଧାଇଁ ଆସିଥିବା ପ୍ରଶଂସକଙ୍କ ହାତକୁ ଛାଟି ଦେଇ ରାଗରେ ଆଗକୁ ବଢ଼ିଗଲେ ଶାହରୁଖ

ନୂଆଦିଲ୍ଲୀ: ବଲିଉଡର କିଙ୍ଗ ଖାନ ଶାହରୁଖ ଖାନଙ୍କୁ ଲୋକେ ତାଙ୍କର ବିନମ୍ର ସ୍ଭଭାବ ପାଇଁ ଖୁବ ଭଲ ପାଇଥାଆନ୍ତି। ନିକଟରେ ଲୋକେ ଶାହରୁଖଙ୍କ ଯେଉଁଭଳି ସ୍ଭଭାବ ଦେଖିବାକୁ ପ‌ାଇଛନ୍ତି ତାହାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶାହରୁଖ କୌଣସି ଏକ ସ୍ଥାନକୁ ଯାତ୍ରା କରିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦରରେ ନିଜ ପ୍ରସନ୍ଦର ହିରୋଙ୍କୁ ଦେଖି ପ୍ରଶଂସକମାନେ ଭିଡ଼ ଜମାଇଥିଲେ। ଏଥିସହିତ ସେଲଫି ନେବା ପାଇଁ ଚାହିଁଥିଲେ।

ଏହି କ୍ରମରେ ଶାହରୁଖଙ୍କ ସହିତ ସେଲଫି ନେବାକୁ  ଜଣେ ଫ୍ୟାନ ଧାଇଁ ଆସିଥିଲେ। ଏତିକି ବେଳେ ଶାହରୁଖ ଫ୍ୟାନଙ୍କ ହାତକୁ ଛାଟି ଦେଇ ଆଗକୁ ବଢ଼ି ଯାଇଥିଲେ। ଏହି ଘଟଣାର ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିଲା। ଏହାପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଶାହରୁଖଙ୍କ ଏଭଳି ରୂପ ଦେଖି ଲୋକେ ତାଙ୍କୁ ‌ଟ୍ରୋଲ କରିବା ସହିତ ଅଭିନେତାଙ୍କ ମନରେ ଗର୍ବ ଓ ଅହଙ୍କାର ଭରି ଯାଇଛି, ତେଣୁ ସେ ତାଙ୍କ ଫ୍ୟାନମାନଙ୍କ ସହିତ ଏଭଳି ଆଚରଣ କରୁଛନ୍ତି ବୋଲି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି। ଏଥିସହିତ ଶାହରୁଖଙ୍କ ଏଭଳି ରୂପକୁ ଦେଖି ତାଙ୍କ ପ୍ରଶଂସକମାନେ ବିଶ୍ବାସ କରି ପାରୁନାହାନ୍ତି। ଏହି ଘଟଣା ଶାହରୁଖଙ୍କ ପ୍ରଶଂସଙ୍କୁ ନିରାଶ କରି ଦେଇଛି। ଶାହରୁଖ ତୁମେ ତ ଏମିତି ନଥିଲ, କାହିଁକି ଏମିତି ବ୍ୟବହାର ‌ଦେଖାଇଲ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

Spread the love