ବିପୁଳ ପରିମାଣରେ କଫ୍‌ ସିରଫ ଜବତ୍, ୫ ଗିରଫ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼–ଖପ୍ରାଖୋଲ ମୁଖ୍ୟ ରାସ୍ତାରେ ଥିବା ବଜଲସାଗର ଓ ଗମ୍ଭାରୀ ରାସ୍ତାରେ ବେଆଇନ ଭାବେ କଫ୍ ସିରଫ୍ ବିକ୍ରି ଉଦ୍ଦେଶ୍ୟରେ ଆସୁଥିବା କପ୍‌ ସିରଫ ଜବତ୍ କରିଥିବା ବେଳେ ୨ ଗୋଟି କାର, ୨ ଗୋଟି ବାଇକ୍ ଜବତ୍ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଦର୍ଶାଇ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ପୁଲିସର ସୂଚନା ଅନୁଯାୟୀ, ପାଟଣାଗଡ଼–ଖପ୍ରାଖୋଲ ମୁଖ୍ୟ ରାସ୍ତାରେ ଥିବା ବଜଲସାଗର ଓ ଗମ୍ଭାରୀ ରାସ୍ତାରେ ବେଆଇନ ଭାବେ ବହୁ ବାତ୍ରାରେ କଫ୍ ସିରଫ ଆସୁଥିବା ନେଇ ଖପ୍ରାଖୋଲ ପୁଲିସ ଜାଣିବାକୁ ପାଇ ସେଠାରେ ଚଢଉ କରିଥିଲା। ସେଠାରେ ଗୋଟିଏ ମାରୁତି ସ୍ବିଫ୍ଟ ଡିଜାୟାର ଗାଡି (ଓଡି ୦୨ ବିକ୍ୟୁ ୭୪୫୧) ଓ ଏକ ସେଣ୍ଟ୍ରୋ (ଓଆର ୦୨ ଏଜି ୮୧୧୧), ଏକ ୟାମାହା ବାଇକ୍ ଓ ଗୋଟିଏଳ ବୁଲେ‌ଟ ଗାଡି ଯଥାକ୍ରମେ (ଓଡି ୦୩ ଏସି ୧୩୦୫ ଓ ଓଡି ୦୩ଜେ ୦୨୨୦ ) ରହିଥିଲା। କାରମାନଙ୍କୁ ତଲାସି କରାଯିବାରୁ ସେଠାରେ ବିପୁଳ ପରିମାଣରେ କଫ୍ ସିରଫ ଦେଖି ପୁଲିସ ସେମାନଙ୍କୁ ଏହାର କାଗଜପତ୍ର ମାଗିଥିଲା। ହେଲେ ତାହା ଦେଖାଇ ପାରି ନ ଥିଲେ। ପରେ ସେମାନଙ୍କୁ ଖପ୍ରାଖୋଲ ଥାନାକୁ ଅଣା ଅଧିକ ପଚରା ଉଚୁରା କରା ଯାଇଥିଲା। ପଚରା‌ ଉଚୁରା ସମୟରେ ସେମାନେ ହରିଶଙ୍କର ମହୋତ୍ସବ ଅବସରରେ ଏହାକୁ ବେଆଇ ଭାବେ ବିକ୍ରି ଉଦ୍ଦେଶ୍ୟରେ ଆଣିଥିବା ନେଇ ଜଣାପଡିଥିଲା। ପରେ ସେ ସବୁକୁ ଜବତ୍ କରିଥିଲା ପୁଲିସ। ଏଥିରେ ୪୬୪ ବୋତଲ ଓମେରେକ୍ସ କଫ୍ ସିରଫ୍ ରହିଥିବା ବେଳେ ୧୬୦ରୁ ଊର୍ଦ୍ଧ୍ବ ବୋତଲ ଏକ୍ସକଫ୍ ସିରଫ ରହିଥିବା ଜଣାପଡିଛି।

ସେହିପରି ଅଭିଯୁକ୍ତମାନଙ୍କ ଠାରୁ ୨୫୦୦ ଟଙ୍କା ମଧ୍ୟ ଜବତ୍ କରିଥିବା ଜଣାପଡିଛି। ଉପରେକ୍ତ କାର ଦ୍ବୟ ଓ ବାଇକ୍ ଦ୍ବୟକୁ ମଧ୍ୟ ପୁଲିସ ଜବତ୍ କରିଥିବା ଜଣାପଡିଛି। ଏ ସମ୍ପର୍କରେ ଖପ୍ରାଖୋଲ ପୁଲିସ କେସ ନଂ ୬୧ରେ ଏକ ମାମାଲା ରୁଜ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଦର୍ଶାଇ ବେଲପଡାର ଲୋକେଶ ନାଏକ, ପୁଇନ୍ତଳା ଅଞ୍ଚଳର ରାଜ ରଞ୍ଜନ ସ୍ବାଇଁ, ବଲାଙ୍ଗୀର ଟାଉନ ଥାନ ଅନ୍ତର୍ଗତ ଶ୍ରୀକାନ୍ତ ବେହେରା, ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳର ବାବୁଲୁ ଓରଫ ଜୟରାମ ତ୍ରିପାଠୀ ଓ କାହ୍ନୁ ଓରଫ ଦୁର୍ଯ୍ୟୋଧନ ସାହୁଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଓ ଜବତ୍ କଫ୍ ସିରଫ୍ର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ପାଟଣାଗଡ଼ ଏସଡିପିଓ ଅଫିସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା ସୂଚନା ଦେଇଛନ୍ତି। ଅଭିଯୁକ୍ତ ମାନଙ୍କ ଜାମିନ ନାମଞ୍ଜୁର ହେବା‌ରୁ ସେମାନଙ୍କୁ ଜେଲକୁ ପଠାଇ ଦିଆ ଯାଇଥିବା ଜଣାପଡିଛି।

Spread the love