ପ୍ରଥମ ଥର ପାଇଁ ଝାରସୁଗୁଡାରେ ସବୁ ବୁଥରେ ହେବ ୱେବ୍‌କାଷ୍ଟିଂ

ଓଡିଶାରେ ପ୍ରଥମ ଥର ପାଇଁ ଝାରସୁଗୁଡାରେ ସବୁ ବୁଥରେ ହେବ େଓ୍ଵବ୍‌କାଷ୍ଟିଂ । ଝାରସୁଗୁଡା ଉପନିର୍ବାଚନରେ ଏହାକୁ କାର୍ଯ୍ୟକାରୀ କରାଯିବ । ଯାହାଦ୍ୱାରା ସିଧାସଳଖ ନିର୍ବାଚନ ଅଧିକାରୀ ଦେଖି ପାରିବେ । ଜିଲ୍ଳାରେ ୪୦ ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଛି । ଝାରସୁଗୁଡାରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ରହିଛି ।

ଦୁଇଟି ରାଜନୈତିକ ଦଳ ଠାରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ମିଳିଛି। ଜିଲ୍ଲାପାଳ ବି ଏହି ଅଭିଯୋଗ ପାଇଛନ୍ତି । ସବୁ ଅଭିଯୋଗର ତଦନ୍ତ ଚାଲିଛ । ନିୟମିତ ଭାବେ ଝାରସୁଗୁଡା ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ଆଲୋଚନା କରୁଛନ୍ତି ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ।

Spread the love