ବ୍ରହ୍ମପୁରରେ ପୁଣି ବୁଲିଲା ଖଣ୍ଡା

ବ୍ରହ୍ମପୁର ବଡ଼ବଜାର ଥାନା ଆଚାର୍ଯ୍ୟ ବିହାରରେ ହତ୍ୟାକାଣ୍ଡ । ବସ୍‌ ହକରଙ୍କୁ ଖଣ୍ଡାରେ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଯୁବକ ବଡବଜାର ଥାନା ଆଚାର୍ଯ୍ୟବିହାରର ସନାତନ ଚୌଧୁରୀ । ସନାତନ ନୂଆ ବସଷ୍ଟାଣ୍ଡରେ ଜଣେ ବସ ହକର ଭାବେ କାମ କରୁଥିଲେ । ସନାତନ ଆଜି କାମ ସାରି ଘରକୁ ଫେରୁଥିବା ବେଳେ ଘର ଠାରୁ ଅଳ୍ପ ଦୂରରେ ୨ରୁ ୩ ଜଣ ବ୍ୟକ୍ତି ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ ଟାଉନ ଏସଡିପିଓ ରାଜୀବ ଲୋଚନ ପଣ୍ଡା, ବଡ ବଜାର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ହତ୍ୟାର ପ୍ରକୃତ କାରଣ କଣାପଡି ନଥିଲେ ମଧ୍ୟ ପୂର୍ବ ଶତ୍ରୁତାରୁ ଏହା ଘଟିଥିବା ସନ୍ଦେହ କରାଯାଉଛି ।

Spread the love