ଝାରସୁଗୁଡ଼ା ଉପନିର୍ବାଚନ: ଶୃଙ୍ଖଳିତ ମତଦାନ ନେଇ ଆଜି ଇଭିଏମ୍ ସହ ବୁଥ୍ ଯିବେ ପୋଲିଂ ଅଧିକାରୀ
ଝାରସୁଗୁଡ଼ା ଉପନିର୍ବାଚନରେ ଶୃଙ୍ଖଳିତ ମତଦାନ ନେଇ ସବୁ ପ୍ରକାର ପ୍ରସ୍ତୁତି କରୁଛି ପ୍ରଶାସନ । ଆଜି ଇଭିଏମ୍ ସହ ବୁଥ୍ ଯିବେ ପୋଲିଂ ଅଧିକାରୀ । ଭୋଟ୍ ଗ୍ରହଣ ପରେ ୧୦ ତାରିଖରେ ଫେରିବେ । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୨୫୩ ବୁଥ ରହିଛି । ପ୍ରାୟ ୪୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ । ପ୍ରତି ବୁଥରେ ଜଣେ ପ୍ରଜାଇଡିଂ ଅଫିସର, ପୋଲିଂ ଅଧିକାରୀ ଓ ଜଣେ ପୋଲିସ କର୍ମୀ ନିୟୋଜିତ ହେବେ ।ସବୁ ବୁଥରେ କରାଯିବ ୱେବକାଷ୍ଟିଂ । ଅନ୍ୟପଟେ ସବୁ ସରକାରୀ ଅଧିକାରୀଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ବା ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆସନ୍ତା ୧୫ ତାରିଖ ଯାଏ ରାଜନୈତିକ କାର୍ଯ୍ୟରେ ଲିପ୍ତ ରହିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଉପନିର୍ବାଚନକୁ ସ୍ୱଚ୍ଛ, ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ କରିବା ପାଇଁ ପ୍ରସ୍ତୁତି କରାଯାଇଛି । ପ୍ରତିଦିନ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଘନଘନ ଫ୍ଲାଗମାର୍ଚ୍ଚ କରାଯାଉଛି ।