ପୃଥ୍ୱୀରାଜ ହରିଚନ୍ଦନଙ୍କ ବିରୁଦ୍ଧରେ ବିଜେଡ଼ି କରିଥିବା ଆରୋପକୁ ପ୍ରମାଣ କରୁ

ଭୁବନେଶ୍ୱର, ତା.୦୮/୦୫: ଆଜି ବିଜୁ ଜନତା ଦଳ ପକ୍ଷରୁ ଜାରୀ ହୋଇଥିବା ଦୁଇଟି ପ୍ରେସ ବିଜ୍ଞପ୍ତିରେ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ବିରୁଦ୍ଧରେ ଅତ୍ୟନ୍ତ ଅଶାଳୀନ, ଅବାନ୍ତର ଏବଂ ସମ୍ପୂର୍ଣ୍ଣ ମିଥ୍ୟା ଆଧାରରେ ଏକ ଆରୋପ ଲଗାଯାଇଛି । ଆନ୍ଧ୍ରରେ ଅର୍ଥ କାରବାରରେ ବିଜେପି ନେତାଙ୍କ ନାମରେ ଫୌଜଦାରୀ ମୋକଦ୍ଦମା ହେବ ବୋଲି ଏକ ସମ୍ପୂର୍ଣ୍ଣ ମିଥ୍ୟା ବିବୃତି ନେଇ ବିଜୁ ଜନତା ଦଳ ରାଜନୈତିକ ଶିଷ୍ଟାଚାରର ସୀମା ସରହଦ ପାର୍ କରିଯାଇଛି ବୋଲି ରାଜ୍ୟ ଗଣମାଧମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ କହିଛନ୍ତି ।
ରାଜ୍ୟରେ ହେଉଥିବା ବିଭିନ୍ନ ଭ୍ରଷ୍ଟାଚାର ଓ ସରକାରଙ୍କର ଲୋକ ବିରୋଧୀ ପଦକ୍ଷେପକୁ ଶ୍ରୀ ହରିଚନ୍ଦନ ଅତ୍ୟନ୍ତ କଠୋରତାର ସହ ସମାଲୋଚନା କରି ଓଡ଼ିଶାର ଜନମାନସ ଆଗରେ ଉପସ୍ଥାପନ କରିଥିବାରୁ, ବିଜୁ ଜନତା ଦଳକୁ ଘୋଟିଥିବା ଶଶିକଳା ସିଣ୍ଡ୍ରୋମର ପରିଚାଳକ ବାବୁ ମାନଙ୍କୁ ବହୁ କଷ୍ଟ ହେଉଛି ଏବଂ ଯେଉଁଥିପାଇଁ ତାଙ୍କର ମାଉଥ ପିସ୍ ମାନଙ୍କ ଦ୍ୱାରା ଅବାଞ୍ଛିତ ଓ ସମ୍ପୂର୍ଣ୍ଣ ମିଥ୍ୟ ବିବୃତ୍ତି ଦେବା ଆରମ୍ଭ କରିଛନ୍ତି ।
ଶ୍ରୀ ମଲ୍ଲିକ ବିଜୁ ଜନତା ଦଳକୁ ଆହ୍ୱାନ କରିଛନ୍ତି ଯେ ଯଦି କରିଥିବା ଭ୍ରଷ୍ଟାଚାରର ଆରୋପକୁ ସେମାନେ ପ୍ରମାଣ କରିଦେବେ, ତେବେ ଶ୍ରୀ ହରିଚନ୍ଦନ କେବଳ ରାଜନୈତିକ ଜୀବନ ନୁହେଁ , ସାଧାରଣ ଜୀବନକୁ ମଧ୍ୟ ଅବ୍ୟାହତି ନେବେ ବୋଲି ତାଙ୍କୁ ଜଣାଇଛନ୍ତି । କିନ୍ତୁ ଏହି ଜଘନ୍ୟ ମିଥ୍ୟା ଆରୋପକୁ ପ୍ରମାଣ କରିନପାରିଲେ, ଆସନ୍ତା ସାତ ଦିନ ଭିତରେ ବିଜୁ ଜନତା ଦଳ ପବ୍ଲିକ ଫୋରମରେ କ୍ଷମା ପ୍ରାର୍ଥନା କରୁ ଏବଂ ଇସ୍ତାହାର ଭୁଲ ବୋଲି ଘୋଷଣା କରୁ ।
ଶ୍ରୀ ପୃଥ୍ୱୀରାଜ ହରିଚନନ୍ଦନ ଏବଂ ତାଙ୍କର ପିତାଙ୍କର ଦୀର୍ଘ ରାଜନୈତିକ ଜୀବନ ଅତ୍ୟନ୍ତ କଳଙ୍କ ମୁକ୍ତ ଓ ନିଷ୍ଠାର ସହ ବିତିଛି । ଏହା ଉପରେ କୌଣସି କାଦୁଅ ଛିଟା ପକାଇବାର ଅପଚେଷ୍ଟା ଯେଉଁଭଳି ବିଜୁ ଜନତା ଦଳ କରିବାକୁ ଚେଷ୍ଟା କରିଛି, ସେଥିପାଇଁ ବିଜେଡି ରାଜ୍ୟ ସଭାପତି ମୁଖପାତ୍ର ଏବଂ ମିଡିଆ ସେଲର ଅଧ୍ୟକ୍ଷକ ବିରୁଦ୍ଧରେ ଶ୍ରୀ ହରିଚନ୍ଦନ ଫୌଜଦାରୀ ମାନହାନୀ ମୋକଦ୍ଦମା ରୁଜୁ କରିବେ ବୋଲି ଶ୍ରୀ ମଲ୍ଲିକ ଜଣାଇଛନ୍ତି ।

Spread the love