ସୋନିଆ ଗାନ୍ଧିଙ୍କ ‘କର୍ଣ୍ଣାଟକ ସାର୍ବଭୌମତ୍ୱ’ ମନ୍ତବ୍ୟ ସ୍ପଷ୍ଟ କରିବାକୁ କଂଗ୍ରେସ ମୁଖ୍ୟ ଖଡଗେଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ଅଭିଯୋଗ ପରେ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧି ଦେଇଥିବା ‘କର୍ଣ୍ଣାଟକ ସାର୍ବଭୌମତ୍ୱ’ ମନ୍ତବ୍ୟକୁ ସ୍ପଷ୍ଟ କରିବାକୁ ନିର୍ବାଚନ କମିଶନ ସୋମବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ନୋଟିସ ଜାରି କରିଛନ୍ତି। ବିରୋଧୀ ଦଳର ଏହି ମନ୍ତବ୍ୟ ପାଇଁ ସୋନିଆ ଗାନ୍ଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ତାଙ୍କ ଦଳର ସ୍ୱୀକୃତି ପ୍ରତ୍ୟାହାର ଦାବୀ କରି ବିଜେପି ସୋମବାର ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା। ଏହି ଘଟଣାରେ ସୋନିଆ ଗାନ୍ଧୀଙ୍କ ବିରୋଧରେ ଏତଲା ଦେବାକୁ ମଧ୍ୟ ଦଳ ନିର୍ବାଚନ କମିଶନଙ୍କ ନିକଟରେ ଦାବୀ କରଥିଲା।

କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ସୋମବାର ପୂର୍ବାହ୍ନରେ ଏହି ପ୍ରସଙ୍ଗରେ ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

ନିର୍ବାଚନ କମିଶନ ଏକ ବିବୃତିରେ କହିଛନ୍ତି, ଭାରତୀୟ ଜାତୀୟ କଂଗ୍ରେସ (ଆଇଏନସି)ର ଟୁଇଟର ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଥିବା ଏବଂ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷ (ସିପିପି)ଙ୍କୁ ଦାୟୀ କରାଯାଇଥିବା ସୋସିଆଲ ମିଡିଆ ପୋଷ୍ଟ ସମ୍ପର୍କରେ ସ୍ପଷ୍ଟୀକରଣ ପ୍ରଦାନ କରିବା ସହ ତୁରନ୍ତ ଏହି ପୋଷ୍ଟକୁ ହଟାଇବା ପାଇଁ ସଂଶୋଧନ ପଦକ୍ଷେପ ଗ୍ରହଣ କରିବାକୁ ନିର୍ବାଚନ କମିଶନ ଆଜି ସନ୍ଧ୍ୟାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଏକ ନୋଟିସ ଜାରି କରିଛନ୍ତି।

Spread the love