କଳାବ୍ୟାଚ ଧାରଣ କଲେ ଟାଟା ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀ

କଳାବ୍ୟାଚ ଧାରଣ କଲେ ଟାଟା ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଶ୍ରମିକ ମାନେ । ଶ୍ରମିକ ଦିନରାତି ନିଜ ଜୀବନକୁ ବାଜି ଲଗେଇ ଶ୍ରମଦାନ କରି ଆସୁଥିଲେ ସୁଦ୍ଧା ମିଳୁନି ଶ୍ରମିକ ମାନଙ୍କୁ ପ୍ରାପ୍ୟ । ଓଡ଼ିଶା ସରକାର ବିଦ୍ୟୁତ୍ ବିଭାଗକୁ ଟାଟାକୁ ବିକ୍ରି କରିବା ପରେ ଶ୍ରମିକ ମାନଙ୍କୁ ବିଭିନ୍ନ ସୁଭିଧାରୁ ବଞ୍ଚିତ କରୁଛି TPCODL (tata power) । ଯାହା ଏବେ ଆନ୍ଦୋଳନର ଦାନା ବାନ୍ଧୁଛି ଶ୍ରମିକ ମାନଙ୍କ ଭିତରେ । ଏହି କଳା ବ୍ୟାଚ ଧାରଣ ପରେ ଆସନ୍ତା ୧୬ ତାରିଖ ରେ ଭୁବନେଶ୍ୱରର TPCODL ମୁଖ୍ୟ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବେ କର୍ମଚାରୀ ମାନେ ।

Spread the love