ସନ୍ଧ୍ୟାରେ ଗୁଜରାଟ-ହାଇଦ୍ରାବାଦ ମୁହାଁମୁହିଁ

ଆଇପିଏଲ ୨୦୨୩ର ୬୨ ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ (ଜିଟି) ସହ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ)ର ମ୍ୟାଚ ହେବ। ଆଜି ସନ୍ଧ୍ୟା ସାଢ଼େ ୭ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ। ଗୁଜରାଟ ଦଳ ପଏଣ୍ଟ ଟେବୁଲର ପୁରା ଶୀର୍ଷରେ ଥିବାବେଳେ ହାଇଦ୍ରାବାଦ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି।  ଗୁଜରାଟ ୧୨ଟି ମ୍ୟାଚ ଖେଳି ୮ଟିରେ ଜିତିଥିବାବେଳେ ୪ଟି ମ୍ୟାଚ ହାରିଛି। ଜିଟିର ପଏଣ୍ଟ ୧୬ ହିଛି। ସେହିପରି ହାଇଦ୍ରାବାଦ ଟିମ ୧୧ଟି ମ୍ୟାଚ ଖେଳି ୪ଟି ଜିତିବା ସହ ୭ଟି ହାରିଛି। ଏହାର ପଏଣ୍ଟ ୮ ରହିଛି।

Spread the love