ଭାବିସ୍ୱାମୀଙ୍କ ନାମ ମେହେନ୍ଦିରେ ଲେଖିବା ପରେ ପ୍ରେମିକ ସହ ପଳାଇଲେ ଯୁବତୀ

ମୁଜାଫରପୁର: ବିହାରର ମୁଜାଫରପୁର ଜିଲ୍ଲାର ବୋଚହା ପୁଲିସ ଷ୍ଟେସନ ଅଂଚଳରୁ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ | ମିଳିଥିବା ସୂଚନା ମୁତାବକ ଆଜି ଜଣେ ଯୁବତୀଙ୍କ ବାହାଘର ହେବାକୁ ଥିବାବେଳେ ରୀତିନୀତି ମୁତାବକ ସେ ନିଜ ହାତରେ ମେହେନ୍ଦି ଲଗାଇଥିଲେ | କେବଳ ଏତିକି ନୁହେଁ ମେହେନ୍ଦିରେ ଭାବିସ୍ୱାମୀଙ୍କ ନାମ ମଧ୍ୟ ଲେଖିଥିଲେ | କିନ୍ତୁ ମେହେନ୍ଦି ଲଗାଇବାର କିଛି ଘଣ୍ଟା ପରେ ସେ ନିଜ ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି | ଏନେଇ ପରିବାରର ସଦସ୍ୟମାନେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ଜଣେ ଯୁବକ ଅପହରଣ କରି ନେଇଯାଇଛନ୍ତି | ପୁଲିସକୁ ମିଳିଥିବା ଅଭିଯୋଗ ମୁତାବକ ବୋଚହା ଅଞ୍ଚଳର ସୁରେଶ କୁମାର ନିଜ ଝିଅ ରଜନୀ(ଛଦ୍ମନାମ)ର ବାହାଘର ଜଣେ ଯୁବକଙ୍କ ସହ ସ୍ଥିର କରିଥିଲେ |

ବାହାଘର ହେବାର ଥିଲା | ରଜନୀଙ୍କ ପରିବାର ସଦସ୍ୟମାନେ ଝିଅର ବିବାହ ପାଇଁ ପ୍ରସ୍ତୁତି ଚଳାଇଥିଲେ | ଆଉ ମଙ୍ଗଳବାର ମେହେନ୍ଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ରଜନୀ ନିଜ ହାତରେ ମେହେନ୍ଦି ଲଗାଇବା ସହ ଭାବି ସ୍ୱାମୀଙ୍କ ନାମ ମଧ୍ୟ ଲେଖିଥିଲେ | ତେବେ ମେହେନ୍ଦି ଲଗାଇବାର କିଛି ସମୟ ପରେ ସେ ହଠାତ ଘରୁ ଅଦୃଶ୍ୟ ହୋଇଯାଇଥିଲେ | ଏହା ପରେ ଖୋଜାଖୋଜି କରିବାରୁ ଜଣାପଡିଥିଲା ଯେ ରଜନୀ ଜଣେ ଯୁବକଙ୍କ ସହ ଫେରାର ହୋଇଯାଇଛନ୍ତି | ଏନେଇ ରଜନୀଙ୍କ ପରିବାର ସଦସ୍ୟ ଉକ୍ତ ଯୁବକଙ୍କ ନାମରେ ଅପହରଣ ଅଭିଯୋଗ କରିଛନ୍ତି | ପୁଲିସ ପକ୍ଷରୁ କୁହାଯାଇଛି ଯେ ତଦନ୍ତରୁ ଜଣାପଡିଛି ଯେ ଉଭୟଙ୍କ ମଧ୍ୟରେ ଅନେକ ଦିନରୁ ପ୍ରେମସମ୍ପର୍କ ରହିଆସିଥିଲା | ତେବେ ବର୍ତ୍ତମାନ ଯୁବତୀଙ୍କୁ ଖୋଜାଚାଲିଛି | ପୁଲିସ କହିଛି ଯେ ଯେଉଁ ଯୁବକଙ୍କ ସହ ରଜନୀ ପଳାଇଛନ୍ତି ସେ ପୂର୍ବରୁ ଵିଵାହିତ ଓ ତାଙ୍କର ଦୁଇଟି ଛୁଆ ମଧ୍ୟ ଅଛନ୍ତି |

Spread the love