ବନ୍ଦେ ଭାରତ ଏକ୍ସପ୍ରେସ କୁ କଟକରେ ମହାସମାରୋହରେ ସ୍ୱାଗତ

 ଓଡିଶା ପାଇଁ ବହୁ ପ୍ରତିକ୍ଷିତ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ କୁ କଟକରେ ମହାସମାରୋହରେ ସ୍ୱାଗତ କରାଗଲା। ରେଳବାଇ ତରଫରୁ ଆୟୋଜିତ ଏହି ସ୍ୱାଗତ ମଞ୍ଚରେ ମୁଖ୍ୟ ଅତିଥି ରୂପେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ ଜୁଏଲ ଓରାମ, କଟକର ସାଂସଦ ଭର୍ତ୍ତୃହରି ମହତାବ,ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି,କଟକ ନଗର ଜିଲ୍ଲା ବିଜେପି ସଭାପତି ଲଲାଟେନ୍ଦୁ ବଡୁ, କଟକ ସଦର ଜିଲ୍ଲା ସଭାପତି ପ୍ରକାଶ ବେହେରା, ସଜ୍ଜନ ଶର୍ମା ଏବଂ ରେଳ ବାଇ ଅଧିକାରୀ ମାନେ ଉପସ୍ଥିତ ଥିଲେ.ପୁରୀରୁ ହାଓଡା ଯାଉଥିବା ଏହି ବିଶ୍ଵସ୍ତରୀୟ ଅତ୍ୟାଧୁନିକ ଟ୍ରେନକୁ ଭରଚୁଆଲ ମୋଡ଼ ରେ ଲୋକାର୍ପଣ କଲେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ପୁରୀରେ ଏହି କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ସମ୍ବିତ ପାତ୍ର, ରାଜ୍ୟ ସଭାପତି ମନମୋହନ ସାମଲ, ଦିଲ୍ଲୀପ ମଲ୍କିକ ଏହି ଟ୍ରେନରେ ଆସି କଟକରେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କଟକରେ ବିପୁଳ ପୁଷ୍ପ ବୃଷ୍ଟି, ବାଦ୍ୟ, ନୃତ୍ୟ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ରେଳ ମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ ଓ ଭାରତ ମାତାଙ୍କର ଜୟ ଜୟ କାର କରିଥିଲେ ଉପସ୍ଥିତ ଜନତା। ଜୁଏଲ ଓରାମ ତାଙ୍କ ବକ୍ତବ୍ୟରେ ଏହି ଐତିହାସିକ ଉପଲବ୍ଧି ପାଇଁ ଶ୍ରୀ ମୋଦି ଓ ଶ୍ରୀ ବୈଷ୍ଣବ ଙ୍କୁ ଧନ୍ୟବାଦ ଦେଇଥିଲେଏବଂ ହେବାକୁ ଥିବା କଟକ ଭୁବନେଶ୍ୱର ନୂତନ ମେଟ୍ରୋ ଟ୍ରେନ ସମ୍ପର୍କରେ ସୂଚନା ଦେଇଥିଲେ। ଶ୍ରୀ ମହତାବ ମୋଦିଜୀଙ୍କ ଦୃଷ୍ଟିକୋଣକୁ ଭୁରି ଭୁରି ପ୍ରଶଂସା କରି କଟକ ରେଳ ଷ୍ଟେସନ ବିଶ୍ଵସ୍ତରୀୟ ଅତ୍ୟାଧୁନିକ ନବକଳେବର ପାଇଁ ଧନ୍ୟବାଦ ଦେଇଥିଲେ। ରେଳବାଇ ତରଫରୁ ସମସ୍ତ ଅତିଥି ସମେତ ଉପସ୍ଥିତ ଜନତାଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ସୁବ୍ୟବସ୍ଥା କରାଯାଇଥିଲା।

Spread the love