ମେ ୨୨ରୁ ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ

କଟକ : ଓଡ଼ିଶା ହାଇକୋର୍ଟରେ ମେ ୨୨ ତାରିଖରୁ ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଛି। ମେ ୨୨ରୁ ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ। ଜୁନ୍ ୨୧ ତାରିଖରେ କୋର୍ଟ ଖୋଲିବ। ଅବକାଶ ସମୟରେ ମେ ୨୩, ୨୫, ୩୦, ଜୁନ୍ ୧, ୬, ୮, ୧୨ ଓ ୧୩ରେ ଅବକାଶକାଳୀନ ଖଣ୍ଡପୀଠ ବସିବ ‌ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ମେ ୨୩ ଓ ୨୫ ତାରିଖରେ ଜଷ୍ଟିସ୍ କେ.ଆର.ମହାପାତ୍ର, ଜଷ୍ଟିସ୍‌ ଏମ୍‌.ଏସ୍‌. ସାହୁ ଦୁଇଜଣିଆ ଖଣ୍ଡପୀଠରେ, ଜଷ୍ଟିସ୍‌ ଭି. ନରସିଂହ, ଜଷ୍ଟିସ୍‌ ଚିତ୍ତରଂଜନ ଦାଶ ଜଣିକିଆ ଖଣ୍ଡପୀଠରେ ବସି ମାମଲାର ଶୁଣାଣି କରିବେ।

ମେ ୩୦ରେ ଜଷ୍ଟିସ୍ କେ.ଆର.ମହାପାତ୍ର, ଜଷ୍ଟିସ୍‌ ଏମ୍‌.ଏସ୍‌. ସାହୁ ଦୁଇଜଣିଆ ଖଣ୍ଡପୀଠରେ, ଜଷ୍ଟିସ୍‌ ଭି. ନରସିଂହ, ଜଷ୍ଟିସ ଗୌରୀଶଙ୍କର ଶତପଥୀ ଜଣିକିଆ ଖଣ୍ଡପୀଠରେ ବସି ମାମଲା ଶୁଣାଣି କରିବେ। ସେହିଭଳି ଭାବେ ଜୁନ ୧ରେ ଜଷ୍ଟିସ ଏସ.କେ.ସାହୁ ଓ ଜଷ୍ଟିସ ଏମ.ଏସ.ରମଣ ଦୁଇ ଜଣିଆ ଖଣ୍ଡପୀଠରେ, ଜଷ୍ଟିସ ବି.ପି.ରାଉତରାୟ, ଜଷ୍ଟିସ ଗୌରୀଶଙ୍କର ଶତପଥୀ ଜଣିକିଆ ଖଣ୍ଡପୀଠରେ ବସି ମାମଲା ଶୁଣାଣି କରିବେ। ଜୁନ ୬ ଓ ୮ରେ ଜଷ୍ଟିସ ଏସ.କେ.ସାହୁ ଓ ଜଷ୍ଟିସ ଏମ.ଏସ.ରମଣ ଦୁଇ ଜଣିଆ ଖଣ୍ଡପୀଠରେ, ଜଷ୍ଟିସ ଶଶିକାନ୍ତ ମିଶ୍ର, ଜଷ୍ଟିସ ବି.ପି.‌ଶତପଥୀ ଜଣିକଆ ଖଣ୍ଡପୀଠରେ ମାମଲା ଶୁଣାଣି କରିବେ।

ଜୁନ ୧୨ ଓ ୧୩ରେ ଜଷ୍ଟିସ ଶଶିକାନ୍ତ ମିଶ୍ର, ଜଷ୍ଟିସ ଏସ.କେ.ମିଶ୍ର ଦୁଇ ଜଣିଆ ଖଣ୍ଡପୀଠରେ, ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ ବି.ପି.ଶତପଥୀ ଜଣିକିଆ ଖଣ୍ଡପୀଠରେ ବସି ମାମଲା ଗୁଡିକର ଶୁଣାଣି କରି‌େବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ସମସ୍ତ ଜରୁରି ମାମଲା ଯେଉଁଗୁଡିକ ଗ୍ରୀଷ୍ମ ଅବକାଶ ଶେଷ ପରେ କୋର୍ଟ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରି ନ ପାରିବ, ସେଗୁଡ଼ିକ କାର୍ଯ୍ୟ ଦିବସର ଦିନ ୧୧ଟାରୁ ୧୨ଟା ମଧ୍ୟରେ କମ୍ପ୍ୟୁଟର ଫାଇଲିଂ କାଉଣ୍ଟରରେ ଦାୟର କରାଯିବ। ଜରୁରୀ ମାମଲାଗୁଡିକ ଶୁଣାଣି ପାଇଁ ଅବକାଶକାଳୀନ ଖଣ୍ଡପୀଠଙ୍କ ନିକଟରେ ତାଲିକାଭୁକ୍ତ କରାଯିବ ବୋଲି ପ୍ରକା‌ଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Spread the love