ପୂର୍ବତନ ବିଡିଓ ସମେତ ୪ ସରକାରୀ କର୍ମଚାରୀଙ୍କୁ ୩ବର୍ଷ ଲେଖାଏଁ ଦଣ୍ଡ

ବାରିପଦା ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ସରକାରୀ ଅର୍ଥ ଅନିୟମିତତା ଘଟଣାରେ ବିଚାରପତି ଡ. ପ୍ରସନ୍ନ କୁମାର ପଣ୍ଡା ଶୁକ୍ରବାର ରାୟ ପ୍ରକାଶ କରିଛନ୍ତି। ଘଟଣାରେ ବଡ଼ସାହିର ପୂର୍ବତନ ବିଡ଼ିଓ ସମେତ ୪ଜଣ ସରକାରୀ କର୍ମଚାରୀଙ୍କୁ ଦୋଷୀ ସାବସ୍ତ୍ୟ କରି ଦଣ୍ଡାଦେଶ ଶୁଣାଣି କରିଛନ୍ତି । ସମସ୍ତଙ୍କୁ ୩ବର୍ଷ ଲେଖାଏଁ କାରାଦଣ୍ଡ ଆଦେଶ ଦେବା ସହିତ ୧୫ହଜାର ଟଙ୍କା ଲେଖାଏଁ ଜରିମାନା, ଅନାଦେୟ ଅଧିକ ୨ମାସ ଲେଖାଏଁ ଅତିରିକ୍ତ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକର ତତକାଳୀନ (ବର୍ତ୍ତମାନ ଅବସପ୍ରାପ୍ତ) ବିଡ଼ିଓ ଭଗବାନ ବେହେରା, ବରିଷ୍ଠ ବିରାଣୀ ଶ୍ରୀନାଥ ମୁର୍ମୁ(ବର୍ତ୍ତମାନ ସାରସକଣା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ), ପୂର୍ବତନ ବାରିପଦା ଅଡିଟ କାର୍ଯ୍ୟାଳୟର ଅଡିଟରର (ବର୍ତ୍ତମାନ ଅବସରପ୍ରାପ୍ତ) ଗୋପାଳ ଚନ୍ଦ୍ର ମହାଳିକ ଓ ଜିଲ୍ଲାପରିଷଦର ତତକାଳୀନ ବରିଷ୍ଠ କିରାଣୀ (ବର୍ତ୍ତମାନ ଅବସରପ୍ରାପ୍ତ) ତାପସ ରଞ୍ଜନ ମହାନ୍ତିଙ୍କୁ ବିଚାରପତି ଦୋଷୀ ସାବ୍ୟସ୍ତ କରିଛନ୍ତି । ୪ଜଣ ମିଳିତ ଭାବେ ୪ଲକ୍ଷ ୭ହଜାର ୭୦୦ଟଙ୍କା ସରକାରୀ ଅର୍ଥ ଅନିୟମିତତାରେ ଜଡିତ ଥିବା ନେଇ ସାକ୍ଷ୍ୟ ପ୍ରମାଣ, ବୟାନ ଓ ତଦନ୍ତ ରିପୋର୍ଟକୁ ଭିତ୍ତି କରି ଜଜ୍‍ ଉପରୋକ୍ତ ଶୁଣାଣି କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ ସରକାରୀ ଆଇନଜୀବୀ ଶାନ୍ତନୁ କୁମାର ଦାସ ପରିଚାଳନା କରୁଥିଲେ।

Spread the love