ଭୋର 3.30ରେ ଲିଙ୍ଗରାଜମନ୍ଦିର ପରିଦର୍ଶନ କଲେ 5-T ସଚିବ

ବୁଧବାର ଭୋର 3.30ରେ 5ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଲିଙ୍ଗରାଜ ମନ୍ଦିରକୁ ଅଚାନକ ପରିଦର୍ଶନ କରିଥିଲେ ।  ଲିଙ୍ଗରାଜ ମନ୍ଦିରର ଭିତର ଓ ବାହାରର ବିକାଶମୂଳକ କାର୍ଯ୍ୟ ନେଇ ତଦାରଖ କରିଥିଲେ । ମନ୍ଦିରର ଚାରିପାଖ ବୁଲି ଦେଖିବା ସହ ପ୍ରାୟ 1 ଘଣ୍ଟା ଧରି ସେ ଲିଙ୍ଗରାଜ ମନ୍ଦିରରେ ରହିଥିଲେ।

ଲିଙ୍ଗରାଜ ମନ୍ଦିର ସାମ୍ନାରେ ମନ୍ଦିରର ଆଧୁନିକୀକରଣ କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇଥିବା ନକ୍ସାକୁ ଦେଖିଥିଲେ । ନିକଟରେ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ସରକାର 8.5 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ପାଣ୍ଡିଆନଙ୍କ ଗସ୍ତ ସମୟରେ ଡିସିପି ଅନୁପ ସାହୁ, ୱାର୍କ ସେକ୍ରେଟାରୀ କ୍ରିଷନ କୁମାର, ଭୁବନେଶ୍ୱର ଏଡ଼ିଏମ ଅରୁଣ କୁମାର ବେହେରା, ଖୋର୍ଦ୍ଧା ଏଡିଏମ ମନୋରଞ୍ଜନ ମଲ୍ଲିକଙ୍କ ସମେତ ମନ୍ଦିର କାର୍ଯ୍ୟନିର୍ବାହୀ ପ୍ରଦୀପ କୁମାର ସାହୁ ଉପସ୍ଥିତ ଥିଲେ ।

Spread the love