ସ୍ମାର୍ଟ ହେବ କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ସମୀକ୍ଷା କରି ସୂଚନା ଦେଲେ ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ଭି କେ ପାଣ୍ଡିଆନ୍ ଆଜି ତିନିଦିନିଆ କଳାହାଣ୍ଡି ଓ ନୂଆପଡା ଗସ୍ତରେ ଯାଇ ପ୍ରଥମ ଦିନରେ utkela ,ମଦନପୁର ଓ ଭବାନୀପାଟଣା ଯାଇ ବିଭିନ୍ନ ବିକାଶ କାମ ବୁଲିଦେଖିବା ସହ ଛାତ୍ରଛାତ୍ରୀ,ମହିଳା,କ୍ରୀଡାବିତ୍ ଓ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ପ୍ରଥମେ  ପାଣ୍ଡିଆନ୍ utkela ବିମାନ ଘାଟିର ବିକାଶ କାମ ଅନୁଧ୍ୟାନ କରିଥିଲେ। କଳାହାଣ୍ଡିକୁ Air connectivity ର ବିକାଶ ପାଇଁ utkela ବିମାନ୍ ଘାଟି Runway ର ସମ୍ପ୍ରସାରଣ କାମ Dec 23 ସୁଦ୍ଧା ଶେଷ କରିବାକୁ 5T ସଚିବ ପରାମର୍ଶ ଦେଇଥିଲେ।

ପାଣ୍ଡିଆନ୍ ବେଲଖଣ୍ଡି ର ପ୍ରସିଦ୍ଧ ଉମା ମହେଶ୍ବର ଧବଳେଶ୍ଵର ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ର ବିକାଶ ସମ୍ପର୍କରେ ସେବାୟତ ଓ କମିଟି ସଭ୍ଯ ମାନଙ୍କ ସହ ଆଲୋଚନା କରି ମନ୍ଦିର ବିକାଶ ପାଇଁ 15 ଦିନ ଭିତରେ DPR ପ୍ରସ୍ତୁତି ପାଇଁ ଜିଲ୍ଲା ପାଳ ଙ୍କୁ ପରାମର୍ଶ ଦେଇଥିଲେ।

ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ରୂପାନ୍ତର କାମ 5T ସଚିବ ବୁଲି ଦେଖିବା ସହ ଆମ ହସ୍ପିଟାଲ କାମ ଆଗାମୀ ଛ ମାସ ମଧ୍ୟରେ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ।  ଏହି ଅବସରରେ  ପାଣ୍ଡିଆନ୍ ନିରାମୟ କେନ୍ଦ୍ର ରେ ମାଗଣା ଔଷଧ ବଣ୍ଟନ କାମ ଅନୁଧ୍ୟାନ କରିଥିଲେ । ତେଲ ନଦୀ ଉପରେ ନିର୍ମାଣ ହେଉଥିବା sandul barrage କାମ ର ଅଗ୍ରଗତି ପାଣ୍ଡିଆନ୍ ସମୀକ୍ଷା କରିବା ସହ କାମ ଶୀଘ୍ର ଶେଷ କରିବାକୁ ପରାମର୍ଶ ଦେଇଥିଲେ। March 24 ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ଥିବା ବିଷୟ ବିଭାଗୀୟ କର୍ତ୍ତୁପକ୍ଷ ତାଙ୍କୁ ଅବଗତ କରିଥିଲେ ।ଏହି barrage କାମ ଶେଷ ହେଲେ ନର୍ଲା ,କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକ ର 29 ଟି ଗାଆଁ ର ଚାଷ ଜମିକୁ underground pipe ଦ୍ଵାରା ପାଣି ମିଳିପାରିବ। ଏହି ଅବସରରେ ପାଣ୍ଡିଆନ୍ ନର୍ଲା ଷ୍ଟାଡିୟମ୍ ଓ ମିଶନ ଶକ୍ତି କାଫେ ଯାଇ ଖେଳାଳି ଓ ମିଶନ ଶକ୍ତି ମା ମାନଙ୍କ ସହ ଆଲୋଚନା କରିଥିଲେ।

ଭବାନୀପାଟଣା ରେ 5T ସଚିବ police highschool ଯାଇ ଶିକ୍ଷକ ଓ ପିଲାମାନଙ୍କ ସହ school ରୂପାନ୍ତର ସୁବିଧା ବିଷୟରେ ଆଲୋଚନା କରିଥିଲେ। ଏହି highschool third phase ରୂପାନ୍ତର କାର୍ଯ୍ୟକ୍ରମ ରେ ସାମିଲ ହୋଉଛି । ପରେ ପାଣ୍ଡିଆନ୍ ଆଶା ସାଗର ବୁଲି ଦେଖିଥିଲେ ଏବଂ ଏହାର redevelopment ପାଇଁ 30 ଦିନ ଭିତରେ DPR ପ୍ରସ୍ତୁତି ପାଇଁ ପରାମର୍ଶ ଦେଇଥିଲେ। ସେଠାରୁ ଭବାନୀପାଟଣା busterminal କୁ ଯାଇ କାମ ର ଅଗ୍ରଗତି ସମୀକ୍ଷା କରି ନିର୍ଦ୍ଧାରିତ ସମୟ ରେ କାମ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ଏହି ଗସ୍ତ ଅବସରରେ  ପାଣ୍ଡିଆନ୍ କଳାହାଣ୍ଡି medical college ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁ ଯାଇ ବୁଲି ଦେଖିଥିଲେ ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ଓ ବିକାଶ ବିଷୟରେ ଆଲୋଚନା କରିଥିଲେ।  କଳାହାଣ୍ଡି ବିଶ୍ୱବିଦ୍ୟାଳୟ ରେ smart classrooms ,e library ଓ ଉନ୍ନତ labortary ର ବିକାଶ କରାଯିବ ବୋଲି 5T ସଚିବ ସୂଚନା ଦେଇଥିଲେ।

କଳାହାଣ୍ଡି ଟାଉନ ହଲ୍ ରେ 5T ସଚିବ ମିଶନ ଶକ୍ତି ମାନଙ୍କୁ ଭେଟିଥିଲେ। ଜୁନାଗଡ ଠାରେ ପ୍ରସିଦ୍ଧ ଲଙ୍କେଶ୍ଵରୀ ମନ୍ଦିର ର ବିକାଶ ସମ୍ପର୍କରେ ମନ୍ଦିର କମିଟି ସହ ଆଲୋଚନା କରିଥିଲେ ଓ ଶୀଘ୍ର Redevelopment ପାଇଁ DPR ପ୍ରସ୍ତୁତ କରିବାକୁ ଜିଲ୍ଲା ପାଳ ଙ୍କୁ ପରାମର୍ଶ ଦେଇଥିଲେ। ଜୁନାଗଡର ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ କାମ ଅଗ୍ରଗତି ର 5T ସଚିବ  ପାଣ୍ଡିଆନ୍ ସମୀକ୍ଷା ମଧ୍ୟ କରିଥିଲେ।

Spread the love