ଉତ୍ତରପ୍ରଦେଶ ଓ ଗୁଜୁରାଟଠୁ ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି ବହୁତ ଭଲ: ବିଜେଡି

ଭୁବନେଶ୍ବର: ବିଜେଡି ମୁକ୍ତ ଓଡ଼ିଶା ଗଠନ ନେଇ ବିଜେପିର ଆହ୍ୱାନ ଉପରେ ପ୍ରତିକ୍ରିୟା ରଖିଛି ଶାସକ ଦଳ। ଦଳର ଉପ ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଭାରତବର୍ଷରେ ଲୋକେ ଦରଦାମ ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି । ତେଣୁ ସମଗ୍ର ଭାରତର ଲୋକେ ଚିନ୍ତା କଲେଣି କେମିତି ବିଜେପି ମୁକ୍ତ ଭାରତ ଗଠନ କରିବେ । କର୍ଣ୍ଣାଟକ ପ୍ରଭାବ ଦେଶର ଅନ୍ୟ ରାଜ୍ୟରେ ବି ଆଗକୁ ପଡ଼ିପାରେ। ସେ କେଉଁ ମୁକ୍ତ କରିବା କଥା କହୁଛନ୍ତି। ସାଧାରଣ ଲୋକଙ୍କ ପାଖକୁ ଯାଆନ୍ତୁ ଜବାବ ପାଇଯିବେ। ୯ ବର୍ଷ ମଧ୍ୟରେ କୌଣସି ବି ଭଲ କାମ କରି ନାହାନ୍ତି, କେବଳ ମିଛ କଥା କହିଛନ୍ତି । କୁଆଡେ ଗଲା କଳା ଆଣି ଲୋକଙ୍କ ଖାତାରେ ଦେବା କଥା, କୁଆଡେ ଗଲା ଦରଦାମ ନିୟନ୍ତ୍ରଣ । କେଉଁ ଆଚ୍ଛା ଦିନ ଆସିଲା । କେବଳ ପୁଞ୍ଜିପତିମାନଙ୍କର ଆଚ୍ଛା ଦିନ ଆଣିଲେ। ଆଗକୁ ଦେଶ ବିଜେପି ମୁକ୍ତ ହେବ। ସେ ଆହୁରି କହିଛନ୍ତି, ଓଡ଼ିଶାର ଆଇନଶୃଙ୍ଖଳା କଥା କହିବା ପୂର୍ବରୁ ସେମାନେ ଗୁଜରାଟ, ୟୁପି ଆଉ ଦିଲ୍ଲୀ କଥା ଦେଖନ୍ତୁ । ଦିଲ୍ଲୀ, ୟୁପି ଓ ଗୁଜୁରାଟଠୁ ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି ବହୁତ ଭଲ ଅଛି।

Spread the love