ନାରୀ ଆଖିରେ ନିଆଁ : ନୁାରୀ ସୁରକ୍ଷା ଦାବିକରି ନବୀନ ନିବାସ ଘେରାଉ କଲା ବିଜେପି ମହିଳା ମୋର୍ଚ୍ଚା

ନାରୀ ସୁରକ୍ଷା ନେଇ ସାରା ଦେଶରେ ପ୍ରତିବାଦ ତେଜିବାରେ ଲାଗିଛି । ଦୋଷୀକୁ ଦଣ୍ଡ ମିଳିବାରେ ବିଳମ୍ବ ହେବାରୁ ରାଜନୀତି ସହ ସାଧାରଣ ଲୋକେ ମଧ୍ୟ ସ୍ୱର ଉଟାଉଛନ୍ତି । ଏହି ଅବସରରେ ବିଜେପି ମହିଳା ମୋର୍ଚ୍ଚା  ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଛି । ଏୟାରପୋର୍ଟ ରାସ୍ତାରୁ ନବୀନ ନିବାସ ଆଡକୁ ଗଲାବେଳେ ଆନ୍ଦୋଳନକାରୀଙ୍କୁ ପ୍ରଥମେ ପୋଲିସ ଅଟକାଇଥିଲା। ଫଳରେ ମହିଳା ମୋର୍ଚ୍ଚା ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏପରିକି ସେମାନଙ୍କୁ ପୋଲିସ ଅଟକାଇବାରୁ କିଛି ମହିଳା ମୋର୍ଚ୍ଚା କର୍ମୀ ରାସ୍ତାରେ ଶୋଇଯାଇଥିଲେ।

ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ବିରୋଧ କରି ଆଜି ବିଜେପି ମହିଳା ମୋର୍ଚ୍ଚା ନବୀନ ନିବାସ ଘେରାଉ କରିଛି। ଏୟାରପୋର୍ଟ ରାସ୍ତାରେ ଯିବା ବେଳେ ପ୍ରଥମେ ପୋଲିସ କର୍ମୀମାନଙ୍କୁ ଅଟକାଇଥିଲା। ପ୍ରଭାତି ପରିଡା, ସୁରମା ପାଢୀ ଆଜି ବିଜେପି ପ୍ରମୁଖଙ୍କୁ ପୋଲିସ ଅଟକାଇଥିଲା। କିନ୍ତୁ ଏହି ସମୟରେ ଏକ ଗଳି ରାସ୍ତା ଦେଇ ଆଉ କିଛି ମହିଳା ମୋର୍ଚ୍ଚା କର୍ମୀ ଟ୍ରାଫିକ୍ ପୋଷ୍ଟ ଯାଏଁ ପହଞ୍ଚିଥିଲେ। ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ପଳାସପଲ୍ଲୀ ଆଡୁ ଆଉ କିଛି ମହିଳା ମୋର୍ଚ୍ଚା କର୍ମୀ ଆସିଯାଇଥିଲେ । ଫଳରେ ପୁଲିସ ଓ ମହିଳା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

Spread the love