ସୋଆ ପକ୍ଷରୁ ବେଙ୍ଗାଲୁରୁରେ ଶିକ୍ଷାବିତ୍ ଓ ଶିଳ୍ପ କ୍ଷେତ୍ରର ବ୍ୟକ୍ତିବିଶେଷଙ୍କୁ ନେଇ ଆଲୋଚନାଚକ୍ର ଆୟୋଜିତ
ଭୁବନେଶ୍ୱର, ୨୨/ ୦୫ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଗତ ମେ ୧୯ ତାରିଖରେ ବେଙ୍ଗାଲୁରୁରେ ଆୟୋଜିତ ‘ସୋଆ ପ୍ରକ୍ସିମା ୨୦୨୩’ରେ ଶିଳ୍ପ କ୍ଷେତ୍ରର ପ୍ରାୟ ୧୦୦ ଜଣ ମାନବ ସମ୍ବଳ ବିଶେଷଜ୍ଞ ସାମିଲ ହୋଇଥିଲେ। କ୍ୟାମ୍ପସ୍ରେ ନିଯୁକ୍ତି ପ୍ରଦାନ କରୁଥିବା ବୃତିଗତ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଏକତ୍ରିତ ହୋଇଥିବା ବେଳେ ଅର୍ଥପୂର୍ଣ୍ଣ ଜ୍ଞାନର ଆଦାନପ୍ରଦାନ ଏବଂ ଶିକ୍ଷା ଓ ଶିଳ୍ପ କ୍ଷେତ୍ରରେ ସହଭାଗିତା ନେଇ ବିଶେଷ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ମାନବ ସମ୍ବଳ ନେତୃବୃନ୍ଦ ଶିକ୍ଷା ଓ ଶିଳ୍ପ ମଧ୍ୟରେ ଅନୁବନ୍ଧିତା ନେଇ ସେମାନଙ୍କର ଅନୁଭୂତି ବଖାଣି ଥିଲେ ।
ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ ବିକାଶ କ୍ଷେତ୍ରରେ ଶିକ୍ଷା ଓ ଶିଳ୍ପ ମଧ୍ୟରେ ସହଭାଗିତାର ଗୁରୁତ୍ୱ ସମ୍ପର୍କରେ ସୋଆର ପ୍ରୋ-ଚାନ୍ସେଲର ପ୍ରଫେସର ଅମିତ ବାନାର୍ଜୀ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସୋଆର ଇଣ୍ଡଷ୍ଟ୍ରି ଏନଗେଜମେଂଟ ଆଣ୍ଡ କର୍ପୋରେଟ ରିଲେସନ୍ସ ମୁଖ୍ୟ ଶ୍ରୀ ରୀପ୍ତି ରଞ୍ଜନ ଦାଶ ନିକଟ ବର୍ଷରେ ନିଯୁକ୍ତିର ଚିତ୍ର ଉପରେ ଆଲୋକପାତ କରିବା ସହ ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ରରୁ ଆସିଥିବା ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଥିଲେ। ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଫେସର ସାରଦା ପତି ବର୍ତମାନ ବିଶ୍ୱବିଦ୍ୟାଳୟର ଶୈକ୍ଷିକ କାର୍ଯ୍ୟକ୍ରମ ଓ ଶିଳ୍ପ କ୍ଷେତ୍ରକୁ ଆଖିରେ ରଖି ପ୍ରସ୍ତୁତ ପାଠ୍ୟକ୍ରମ କିଭଳି ଛାତ୍ରଛାତ୍ରୀମାନଙ୍କୁ କୁଶଳୀ ହେବା ସହ ଓ ଶିଳ୍ପ କ୍ଷେତ୍ର ପାଇଁ ପ୍ରସ୍ତୁତ କରୁଛି ସେ ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ।