ମା’ ଦାଦନ ଶ୍ରମିକ, ବାପା ମାନସିକ ବିକୃତ, ଦିବ୍ୟାଙ୍ଗ ପୁଅ ପାଇଲେ ରାଜ୍ୟସ୍ତରୀୟ ପୁରସ୍କାର
ମା’ ହେଉଛନ୍ତି ଦାଦନ ଶ୍ରମିକ, ବାପା ମାନସିକ ବିକୃତ କିନ୍ତୁ ଦିବ୍ୟାଙ୍ଗ ପୁଆ ନୂଆପଡ଼ା ଜିଲ୍ଲାପାଇଁ ଗୌରବ ଆଣିଛନ୍ତି। ଜଣେ ଦିବ୍ୟାଙ୍ଗ ସ୍କୁଲରେ ନିଷ୍ଠାପର ଭାବେ ସେବା କରିଥିବା ବିଦ୍ୟାଙ୍ଗ ରବି ଶବରଙ୍କୁ ଭିନ୍ନକ୍ଷମ ଦିବସରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପୁରସ୍କାର ପ୍ରଦାନ କରିଛନ୍ତି।
ପ୍ରକାଶ ଯେ ନୂଆପଡ଼ା ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ବିଛିନ୍ନ ମାରାଗଡ଼ା ଗ୍ରାମର ଲକ୍ଷ୍ମଣ ଶବର କିଛି ବର୍ଷ ହେବ ମାନସିକ ବିକୃତ ହୋଇ ବିଭିନ୍ନ ଗାଁ ବୁଲୁଛନ୍ତି। ମା ବିରବାଇ ଶବର ପରିବର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ମଧ୍ୟ ଦାଦନ ଶ୍ରମିକ ଭାବେ କାମ କରନ୍ତି। ତିନି ଝିଅ ଓ ଗୋଟିଏ ଦିବ୍ୟାଙ୍ଗ ପୁଅ ଦୁଇ ଝିଅଙ୍କ ବିବାହ କରିଥିବା ବେଳେ ସାନ ଝିଅ ଅବିବାହିତା। ୨୦୦୦ ମସିହାରେ ରବି ଶବର ନୂଆପଡ଼ା ବ୍ଳକ ଟାନୁୱାଡ ଛକଠାରେ ଥିବା ବିଜୁ ପଟ୍ଟନାୟକ ମାନସିକ ଅନଗ୍ରସର ସ୍ବତନ୍ତ୍ର ବିଦ୍ୟାଳୟରେ ନାମ ଲେଖାଇଥିଲେ। ରବି ଶବର କଥା କହି ପାରୁ ନଥିଲେ ଏବଂ ଅନ୍ୟନ୍ତ ଦୟନୀୟ ଅବସ୍ଥାରେ ଥିଲେ।
ବିଜୁ ପଟ୍ଟନାୟକ ମାନସିକ ଅନଗ୍ରସର ସ୍ବତନ୍ତ୍ର ବିଦ୍ୟାଳୟରେ ରବି ଶବର ପ୍ରଥମ ସ୍ଥାନ ପାଇ ଭିନ୍ନକ୍ଷମ ଦିବସରେ ଭୂବନେଶ୍ବର ଆଦିବାସୀ ପଡ଼ିଆଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ରାଜ୍ୟ ସ୍ତରୀୟ ପୁରସ୍କାର ଏବଂ ୨୫ ହଜାର ଟଙ୍କା ଚେକ ଗ୍ରହଣ କରିଛନ୍ତି।
ବିଦ୍ୟାଙ୍ଗ ରବି ଶବର ଓ ବିଦ୍ୟାଳୟ ଅଧକ୍ଷା ରାଜେଶ୍ବରୀଙ୍କ କହିବା ଅନୁଯାୟୀ ଲକ୍ଷ୍ମଣ ଶବରଙ୍କ ଜମିବାଡି ଜଳମଗ୍ନ ହୋଇଥିଲା। ଲକ୍ଷ୍ମଣ ଶବର ଓ ସ୍ତ୍ରୀ ୨ ଝିଅଙ୍କୁ ବିବାହ କରି ନିଃସହାୟ ହୋଇ ଯାଇଥିଲେ। ପରେ ଲକ୍ଷ୍ମଣ ପାଗଳ ହୋଇଥିଲେ। ପରିବାର ପ୍ରତିପୋଷଣ ପାଇଁ ମା’ଙ୍କୁ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଯାଇ କାମ କରୁଥିଲେ। ସାନ ଭଉଣୀଙ୍କୁ ବିବାହପାଇଁ ରବି ଶବର ଟଙ୍କା ସଂଗ୍ରହ କରୁଛନ୍ତି। ରବି ଶବର ଭଉଣୀଙ୍କୁ ଏକ ଭଲ ବର ଦେଖି ଖୁବ୍ ଶୀଘ୍ର ବାହା ଦେବି ବୋଲି କହୁଛନ୍ତି। ରବି ଶବରଙ୍କୁ ବିଦ୍ୟାଳୟ ଅଧକ୍ଷ, କର୍ମଚାରୀ ତଥା ଜିଲ୍ଲାବାସୀ ଶୁଭେଛା ଜଣାଇଛନ୍ତି।