ଆକ୍ସନମୋଡ଼ରେ କମିଶନରେଟ ପୋଲିସ, ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଅଞ୍ଚଳର ସମସ୍ତ ବାର ଉପରେ କଲା ଚଢାଉ

ବିଳମ୍ବିତ ରାତିରେ ନାଇଟ କ୍ଳବ, ବାର ଓ ହୋଟେଲରେ କମିସନରେଟ ପୋଲିସର ଚଢ଼ଉ। ଇନ୍ଫୋସିଟି ଓ ଚନ୍ଦ୍ରଶେଖର ପୁର ଅଞ୍ଚଳରେ ଥିବା ସମସ୍ତ ବାର, ନାଇଟ କ୍ଳବ ଓ ହୋଟେଲରେ ଚଢ଼ଉ। ଚଢ଼ଉରେ ସାମିଲ ଥିଲେ ସ୍ୱତନ୍ତ୍ର ୨ଟି ପୋଲିସ ଟିମ। ତିନି ପ୍ଲାଟୁନ ପୋଲିସ ଫୋର୍ସ,CTS ଫୋର୍ସ, ଟିମ -60 ଏବଂ ବରିଷ୍ଟ ଅଧିକାରୀ । ଅବକାରୀ ଆଇନ ଅନୁଯାୟୀ ଯେଉଁମାନେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ବାର, ହୋଟେଲ ଓ ନାଇଟ କ୍ଳବ ଚଳାଉଥିଲେ ସେହି ସବୁ ସ୍ଥାନରେ ପୋଲିସ ଚଢ଼ଉ କରିଥିଲା। ଏହାସହ ସାଉଣ୍ଡ ଭାଓଲେସନ ଏବଂ ଅବକାରୀ ଆଇନରେ ଥିବା ଟର୍ମ ଏବଂ କଣ୍ଡିସନକୁ ମଧ୍ୟ ଯାଞ୍ଚ କରିଥିଲା ପୋଲିସ। ସେଫସିଟି ଡ୍ରାଇଭ ଜରିଆରେ ଏହି ଚଢ଼ଉ କରାଯାଇଥିଲା।

ଅବକାରୀ ଆଇନ ଉଲଙ୍ଘନ କରିଥିବାରୁ ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଅଞ୍ଚଳରେ ଥିବା ସମସ୍ତ ବାରକୁ ନୋଟିସ କରିବ କମିସନରେଟ ପୋଲିସ। ଏହାସହ ଅବକାରୀ ବିଭାଗକୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ତରଫରୁ ନୋଟିସ କରାଯିବ।ଏହି ଚଢ଼ଉ ପ୍ରକ୍ରିୟା ଆଗକୁ ଆହୁରି ମଧ୍ୟ ଜାରି ରହିବ ବୋଲି ସୂଚନା ଦେଇଛନ୍ତି  ଡିସିପି।

Spread the love